Masthead

ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଘଟିଥିବା ଅଘଟଣ ଯୋଗୁଁ ସମ୍ବଲପୁର ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି । ରାତି ୧୨ଟାରୁ କର୍ଫ୍ୟୁ ଜାରି ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ସକାଳ ୮ରୁ ୧୦ଟା ଓ ଅପରାହ୍ନ ୩ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକ ।

ସହରର ୬ଟି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ସହରରେ ୪୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହନୁମାନ ଜୟନ୍ତୀ ଗଣ୍ଡଗୋଳ ପରେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ଗତ ରାତିରେ ସହରର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା, ଜଳାପୋଡା, ହତ୍ୟାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳିଥିଲା ।

ଗୋଲବଜାରରେ ଦୁଇଟି ଫଳଦୋକାନ, ଗୋଟିଏ ରେଷ୍ଟୁରାଣ୍ଟ ,ସହ ଅନ୍ୟ ଦୁଇଟି ଦୋକାନରେ କେହି ନିଆଁ ଲଗାଇ ଦେଇଥିଲେ । ସହରରେ ପ୍ରାୟ ୧୦ ରୁ ଅଧିକ ଦୋକାନର ସାମ୍ନାକୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି । ୧୪୪ ଧାରା ଜାରି ସତ୍ତ୍ୱେ ଏପରି ସମାଗମ କେମିତି ଘଟିଲା ତାହା ଆଶ୍ଚର୍ଯ୍ୟ କରିଛି । ସହରରେ ଇଣ୍ଟରନେଟ ସେବା ବାତିଲ ରହିଛି । ଆଖଡା ଶୋଭାଯାତ୍ରା ସମୟରେ ଦଳେଇପଡା ନିକଟସ୍ଥ ରିଂ ରୋଡ଼ରେ ଛୁରି ଭୁଶି ଜଣଙ୍କୁ ହତ୍ୟା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି