Masthead

ବାନ୍ଧଗୋଡା ଘୂର୍ଣ୍ଣିବାତ୍ୟାକୁ ୪୫ ବର୍ଷ

ଘସିପୁରା (ବଡ଼ ଖବର ବ୍ୟୁରୋ):  କେନ୍ଦୁଝର ଜିଲ୍ଲା ପୁରୁଣା ବାନ୍ଧଗୋଡା ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟାକୁ ପୂରିଛି ୪୫ ବର୍ଷ । ୧୯୭୮ମସିହା ଆଜିର ଦିନରେ ଘଟିଥିଲା ଏହି ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା । ଘୂର୍ଣ୍ଣିବାତ୍ୟା ପ୍ରଭାବରେ ନିମିଷକ ମଧ୍ୟରେ ଗଛଲତା,ଗାଈଗୋରୁ ଓ ମଣିଷ ଆକାଶରେ ଉଡିବାକୁ ଲାଗିଲେ । ଏହି ଘୂର୍ଣ୍ଣିବାତ୍ୟାରେ ୧୭୮ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭ଶହ ଗୋରୁଗାଈ ମୃତ୍ୟୁମୁଖରେ ପଡ଼ିଥିଲେ। ଗ୍ରାମଟି ଶ୍ମଶାନରେ ପରିଣତ ହୋଇଯାଇଥିଲା । ସମୟ ପାଖାପାଖି ଅପରାହ୍ନ ୪ଟା ।

ଏହି ସମୟରେ ଆକାଶରେ ଘୋଟି ଆସିଲା କଳା ବାଦଲ । କ୍ରମଶଃ ଏହା ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେଲା । ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କଲା । କେହି କିଛି ବୁଝିବା ପୂର୍ବରୁ ଗଛଲତା,ଗାଈଗୋରୁ ଓ ମଣିଷମାନଙ୍କୁ ଆକାଶକୁ ଉଡାଇନେଲା । ଗାଁର ୧୨୦ଟି ଘର ମାଟିରେ ମିଶିଗଲା । କ୍ଷଣିକ ମଧ୍ୟରେ ୧୭୮ଜଣ ଲୋକଙ୍କ ସହ ୭ଶହ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା । ଶ୍ମଶାନରେ ପରିଣତ ହୋଇଗଲା ହସଖୁସିର ପୁରୁଣାବାନ୍ଧଗୋଡା ।

କେବଳ ପୁରୁଣାବାନ୍ଧଗୋଡା ଗ୍ରାମ ନୁହେଁ,ଏହି ଘୂର୍ଣ୍ଣିବାତ୍ୟା ନିକଟସ୍ଥ କରଡାମାଳି,ନର୍ଦ୍ଦା,ତିଗିରିଆ,ବିଲାବନ୍ଧ ଆଦି ଗାଁର କ୍ଷତି ଘଟାଇଥିଲା । ଘଟଣାପରେ ଦେଶବିଦେଶରୁ ଛୁଟିଥିଲା ସହାୟତାର ସୁଅ । ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୂହ ସଂସ୍କାର କରାଯାଇଲା । ସେହି ସ୍ଥାନରେ ସ୍ଥାପିତ ହୋଇଛି ଏକ ସ୍ମୃତିସ୍ତମ୍ଭ । ସେହି ଅବିଶ୍ବାସନୀୟ ଘୂର୍ଣ୍ଣିବାତ୍ୟାକୁ ଆଜି ପୂରିଛି ୪୫ବର୍ଷ । ପ୍ରକୃତିର ସେହି କରାଳ ରୂପ ସେଦିନର ଭାବିଲା ବେଳକୁ ଆଜି ବି ଦେହ ଶୀତେଇ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ