Masthead

ବାଘକୁ ଅଂଶୁଘାତ ଅନ୍ୟପଟରେ ପାଣି ଅଭାବରୁ ହାତୀର ମୃତ୍ୟୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅସହ୍ୟ ତାତିରେ ଖାଲି ମଣିଷ ଛଟପଟ ନୁହେଁ, ପଶୁପକ୍ଷୀ ବି ହାହାକାର ଅବସ୍ଥାରେ । ଅଂଶୁଘାତର ଶିକାର ହୋଇ ଆତଙ୍କ ଖେଳାଇଥିବା ନୂଆପଡ଼ା ବାଘ ଶେଷରେ ଆତ୍ମସମର୍ପଣ କରିଛି । ଖାଲି ବାଘ ନୁହେଁ ପାଣି ବିନା ଜୀବନ ହାରିଛି ନରସିଂହପୁରର ହାତୀ । ଦେଖନ୍ତୁ ଏ ଦୃଶ୍ୟକୁ । ଚିତ୍ ହୋଇପଡ଼ିରହିଥିବା ଏ ବାଘ ସେହି କଲରାପତରିଆ ବାଘ, ଯାହା ଆତଙ୍କରେ 2 ମାସହେଲା ସ୍ଥାନୀୟ ଅଞ୍ଚଳ ଭୟଭୀତ ଅବସ୍ଥାରେ ଥିଲା । ଏପରିକି ମଣିଷକୁ ବି ମାରି ଖାଇଥିଲା ଏହି ବାଘ । ହେଲେ ଆଜି ଅଂଶୁଘାତ ମାଡ଼ରେ ନିସ୍ତେଜ ହୋଇପଡ଼ି ରହିଛି । ଲୋକେ ଘେରି ରହିଛନ୍ତି, ପାଣି ଛାଟୁଛନ୍ତି, ସେ କିନ୍ତୁ ଉଠିପାରୁନାହିଁ ।  ଯେଉଁ ବାଘକୁ ଏତେ ଦିନ ଧରି କ୍ୟାମେରା ଲଗାଇ ଖୋଜୁଥିଲା ବନବିଭାଗ, ତଥାପି ଧରିପାରୁ ନ ଥିଲା । ସେହି ବାଘ ସିଲେରିବାହାରା ଗାଁର ଗୋଟିଏ ଗଛତଳେ ତିନି ଘଣ୍ଟାରୁ ଅଧକ ସମୟ ଧରି ବସି ରହିଥିଲା । ଫଳରେ ଅତି ସହଜରେ ତାକୁ କାବୁ କରାଯାଇଥିଲା । ପ୍ରଥମେ ଜାଲ ପରେ ଏକ ଖୁଆଡ଼ରେ ତାକୁ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି । ଅଂଶୁଘାତର ଶିକାର ହୋଇ ଏହି ବାଘ ଧରାଦେଇଥିବା ବେଳେ ଆଉଗୋଟିଏ ବାଘ ଜଙ୍ଗଲରେ ଥିବା ସ୍ଥାନୀୟ ଲୋକେ ଆଶଙ୍କା ପ୍ରକଟ କରିଛନ୍ତି ।

ଗୋଟିଏ ପଟେ ନୂଆପଡ଼ାରୁ ବାଘକୁ ଅଂଶୁଘାତର ଖବର ଅନ୍ୟପଟରେ କଟକ ଜିଲ୍ଲା ନରସିଂହପୁରରୁ ପାଣି ଅଭାବରୁ ହାତୀ ମୃତ୍ୟୁର ଦୁଃଖଦ ଖବର । ନରସିଂହପୁର ପୂର୍ବ ବନାଞ୍ଚଳ ଅଧିନ ବ୍ରାହ୍ମଣୀ ବିଟ ନୂଆଗଡ଼ ସେକ୍ସନ କମ୍ପାଟମେଣ୍ଟ ତିନିରେ ଶୋଷରେ ଛଟପଟ ହୋଇ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ହାତୀର ଗଳିତ ଶବକୁ ବନବିଭାଗ ଉଦ୍ଧାର କରିଛି। ହାତୀ ଟି ପାଣି ଅଭାବରୁ ପ୍ରାୟ 20 ରୁ 25 ଦିନ ପୂର୍ବରୁ ମରିଥିବା ଅନୁମାନ କରାଯାଉଛି । ବନ ବିଭାଗ ପକ୍ଷରୁ ଶୁକ୍ରବାର ହାତୀର ଗଳିତ ଶବକୁ ଠାବ କରାଯାଇ ତରବରିଆ ଭାବେ ପୋତି ଦିଆ ଯାଇଥିବା ଜଣାପଡିଛି। ହାତୀଟିର ବୟସ ଦୁଇରୁ ତିନି ବର୍ଷ ହେବ । ଅସହ୍ୟ ତାତିରେ ସମଗ୍ର ଜୀବଜଗତ ଅସହାୟ ହୋଇପଡ଼ିଛି । ଜଙ୍ଗଲରେ ଜଳକଷ୍ଟ ଉତ୍କଟ ହୋଇଛି । ଫଳରେ ପଶୁପକ୍ଷୀ ପାଣିବିନା ଜୀବନ ହାରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ