Masthead

ପିଲାଙ୍କ ମୋବାଇଲ ନିଶା, ଚିନ୍ତାରେ ୮୫% ଅଭିଭାବକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ମୋବାଇଲ ଚାହିଦା ଏତେ ବଢି ଯାଇଛି ଯେ ଖାଇବା ଠାରୁ ଆରମ୍ଭ ଗାଡି ବୁକ କରିବା ଯାଏ ସବୁ କାମ ମୋବାଇଲରେ ହୋଇଯାଉଛି । ଶୀଘ୍ର ଏବଂ ସହଜରେ ମଧ୍ୟ ହୋଇ ପାରୁଛି । କିନ୍ତୁ ଏହାର ପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡ଼ୁଛି । ପିଲାମାନେ ସାଙ୍ଗସାଥୀଙ୍କ ସହ ଖେଳିବା ପରିବର୍ତ୍ତେ ମୋବାଇଲରେ ବେଶୀ ସମୟ କଟାଉଛନ୍ତି । ତେବେ ଏହାକୁ ନେଇ ଆସିଛି ଏକ ରିପୋର୍ଟ । ପିଲାମାନଙ୍କ ଏହି କାର୍ଯ୍ୟକୁ ନେଇ ଭାରତର ୮୫% ଅଭିଭାବକ ଏବେ ଚିନ୍ତାରେ ପଡ଼ିଛନ୍ତି । ଯାହା କାନ୍ତାର ମିଡିଆ କମ୍ପାନୀ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ଛୁଟିରେ ପିଲାମାନେ ସାଙ୍ଗମାନଙ୍କ ସହ ସମୟ ବିତାଇଥାନ୍ତି ।

କିନ୍ତୁ ଏବେ ଏହିସବୁ କାମ କରିବା ବଦଳରେ ଅଧିକ ସମୟ ଫୋନ୍ ଦେଖାରେ କଟାଉଛନ୍ତି। ମୋବାଇଲ୍ର ଅଧିକ ବ୍ୟବହାର ଯୋଗୁ ପିଲାମାନେ ମାନ୍ଦା ହୋଇଯାଉଥିବା ପାଖାପାଖି ୯୦ ପ୍ରତିଶତ ଅଭିଭାବକଙ୍କ ଅଭିଯୋଗ କରିଛନ୍ତି । ଗତ ମାର୍ଚ୍ଚରେ ଆମାଜନ୍ ନେତୃତ୍ୱରେ କାନ୍ତାର ମିଡିଆ କମ୍ପାନୀ ଏହି ସର୍ଭେ କରିଥିଲା। ଅନେକଙ୍କ ମତରେ ପିଲାମାନେ ୨ ଘଣ୍ଟାରୁ କମ୍ ସମୟ ଫୋନ୍ ଦେଖିବା ଉଚିତ।

ତେବେ ପିଲାମାନଙ୍କୁ ଘଣ୍ଟା ଘଣ୍ଟା ମୋବାଇଲ୍ ଦେଖିବାରୁ ନିବୃତ୍ତ କରିବା ପାଇଁ ୯୬ % ମା’ବାପା ଚେଷ୍ଟା ଚଳାଇଛନ୍ତି। ଅଧିକ ସମୟ ମୋବାଇଲ୍ ଦେଖାରେ ନଦେଇ ସେମାନଙ୍କ ପିଲା ଇଂଲିଶ କହିବା (୫୦%), ସୋସିଆଲ ମ୍ୟାନର୍ ଶିଖିବା (୪୫%), ନାଚ, ସଙ୍ଗୀତ ଶିଖିବା, ବାଦ୍ୟଯନ୍ତ୍ର ବଜାଇବା (୩୬%), ଆର୍ଟ-କ୍ରାଫ୍ଟ (୩୨%) ଖେଳକୁଦ କରିବା(୩୨%) ଅଭିଭାବକ ଚାହୁଁଥିବା କାନ୍ତାରର କାର୍ଯ୍ୟନିର୍ବାହୀ ପରିଚାଳନା ନିର୍ଦ୍ଦେଶକ ଦୀପେନ୍ଦର ରଣା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି