Masthead

ସତ୍ୟପାଲଙ୍କୁ ପୋଲିସ ଷ୍ଟେସନ ଡକାଯାଇନାହିଁ କି ଗିରଫ କରାଯାଇନାହିଁ: ପୋଲିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଗିରଫ କରାଯାଇନାହିଁ । ଗିରଫ କରାଯିବା ପ୍ରସଙ୍ଗକୁ ନେଇ ସ୍ପଷ୍ଟିକରଣ ରଖିଛି ଦିଲ୍ଲୀ ପୋଲିସ । ପୋଲିସ କହିଛି ତାଙ୍କୁ ପୋଲିସ ଷ୍ଟେସନ ଡକାଯାଇ ନାହିଁ କି ଅଟକ ରଖା ଯାଇନାହିଁ । ଦିଲ୍ଲୀ ପୋଲିସ ଡିସିପି କହିଛନ୍ତି, ସତ୍ୟପାଲ ମଲିକଙ୍କ ପୁଅ ଓ ଝିଅ ଆର.କେ ପୁରାମ ଅଞ୍ଚଳରେ ରୁହନ୍ତି।

ସତ୍ୟପାଲ ମଲିକ ଜନତାଙ୍କ ସହ ସେଣ୍ଟ୍ରାଲ ପାର୍କ, ସେକ୍ଟର -୧୨, ଆର.କେ ପୁରାମରେ ବୈଠକ କରିଥିଲେ । ପାର୍କରେ ଇଭେଣ୍ଟ ପାଇଁ ଅନୁମତି ନିଆଯାଇନଥିଲା। ପାର୍କରେ ବୈଠକ କରିବାକୁ ସେମାନଙ୍କର ଅନୁମତି ନଥିଲା । ପୋଲିସ ତାଙ୍କୁ ସର୍ବସାଧାରଣ ସ୍ଥାନରେ ବୈଠକ ଅନୁମତି ଦିଆଯାଇଛି କି ବୋଲି ପଚାରିବାରୁ ସେ ନା କହିଥିଲେ । ଏହା ପରେ ସତ୍ୟପାଲ ମଲିକ ତାଙ୍କ କାରରେ ପୋଲିସ ଷ୍ଟେସନକୁ ଆସିଥିଲେ। ପୋଲିସ ସେମାନଙ୍କୁ ଡାକି ନଥିଲା କିମ୍ବା ଗିରଫ କରିନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ