ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ : ଉଦ୍ଧବ ଠାକରେ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ଦେଖାଦେଇଛି ପୁଣି ଥରେ ରାଜନୈତିକ ଉଷ୍ମତା । ଗତକାଲି ସଞ୍ଜୟ ରାଉତଙ୍କ ମନ୍ତବ୍ୟ ଉପରେ ଉଦ୍ଧବ ଠାକରେ ଖୁସି ବ୍ୟକ୍ତ କରିଛନ୍ତି । ଆଉ କହିଛନ୍ତି ରାଜ୍ୟରେ ନିର୍ବାଚନ ଯେକୌଣସି ସମୟରେ ହୋଇପାରେ । ଉଦ୍ଧବ ଜାଲଗାଓଁ ଜିଲ୍ଲାରେ ଏକ ରାଲିରେ ସମ୍ବୋଧିତ କରି କହିଛନ୍ତି ନିର୍ବାଚନ ଯେ କୌଣସି ସମୟରେ ହୋଇପାରେ । ଏଥିପାଇଁ ତାଙ୍କ ଦଳ ପ୍ରସ୍ତୁତ ଅଛି । ଗତକାଲି ସଞ୍ଜୟ ରାଉତ ଦାବି କରିଥିଲେ, ଏକନାଥ ଶିନ୍ଦେଙ୍କ ସରକାରଙ୍କ ପାଇଁ ‘ଡେଥ ୱାରେଣ୍ଟ’ ଜାରି କରାଯାଇଛି।

ଆସନ୍ତା ୧୫ରୁ ୨୦ଦିନ ମଧ୍ୟରେ ଏହି ସରକାରଙ୍କର ପତନ ଘଟିବ। ଏହି ମନ୍ତବ୍ୟ ପରେ ଉଦ୍ଧବଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଏହି ମାମଲା ସୁପ୍ରିମକୋର୍ଟରେ ଅଛି ଏବଂ ଆମେ ଆଶା କରୁଛୁ ଏହି ନିଷ୍ପତ୍ତି ଆମ ସପକ୍ଷରେ ଆସିବ। ଏହା ପରେ, ଯେକୌଣସି ସମୟରେ କିଛି ବି ହୋଇପାରେ। ସମସ୍ତେ ଦେଖିବେ ଶିନ୍ଦେଙ୍କୁ ଶେଷ ପରିଣତି ମିଳିଛି। ଆମେ ବିଶ୍ୱାସଘାତକତାର କଳଙ୍କକୁ ଆମେ ଧୋଇ ଦେଇଛୁ। ଏବେ ଏହାର ଜବାବ ଭୋଟର ଦେବେ ବୋଲି ଉଦ୍ଧବ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ