ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ବିସ୍ଫୋରଣରେ ଥରି ଉଠିଛି ପାକିସ୍ତାନ । ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ୍ ଷ୍ଟେସନ ସୋମବାର ଆତ୍ମଘାତୀ ଆକ୍ରମଣ ହୋଇଛି।
ଏଥିରେ ୧୨ ଜଣ ପୋଲିସ କର୍ମଚାରୀ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆତଙ୍କବାଦ ନିରୋଧୀ ବିଭାଗର ପୋଲିସ୍ ଷ୍ଟେସନ ଭିତରେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ ଘଟିଥିଲା ।
ଆଉ ଏହି ଦୁଇଟି ବଡ଼ ଧରଣର ବିସ୍ଫୋଣରେ ପୁରା କୋଠାକୁ ନଷ୍ଟ କରିଦେଇଛି । ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖାଇବର ପଖତୁନଖ୍ୱା ଇନ୍ସପେକ୍ଟର ଜେନେରାଲ ଅଖତର ହୟତ ଖାନ କହିଛନ୍ତି,ସମଗ୍ର ପ୍ରଦେଶରେ ସୁରକ୍ଷା ଅଧିକାରୀମାନେ ହାଇ ଆଲର୍ଟରେ ଅଛନ୍ତି।