Masthead

ଗୋଟିଏ ଦିନରେ ୪୪ସେତୁ ଉଦଘାଟନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଏବଂ ଚୀନ୍ ମଧ୍ୟରେ ଲାଗିରହିଛି ଉତ୍ତେଜନା । ଏହା ସତ୍ତେ୍ୱ ପ୍ରତିରକ୍ଷା ମନ୍ତ୍ରୀ ନେଇଛନ୍ତି ଦୃଢ ନିଷ୍ପତ୍ତି । ସୋମବାର ସେ ୭ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୪ଟି ସେତୁ ଉଦ୍ଘାଟନ କରିଛନ୍ତି । ସୀମାନ୍ତ ସଡ଼କ ସଂଗଠନ ଦ୍ୱାରା ନିର୍ମିତ ଏହି ସେତୁଗୁଡିକୁ ପ୍ରତିରକ୍ଷା ମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଦେଶର ସୀମା ସୁରକ୍ଷା ଦିଗରେ ଏହି ସେତୁଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୧୦ ଟି ଜାମ୍ମୁ କାଶ୍ମୀରରେ, ୭ଟି ଲଦାଖରେ, ୨ଟି ହିମାଚଳ ପ୍ରଦେଶରେ, ପଞ୍ଜାବରେ ୪ଟି, ଉତ୍ତରପ୍ରଦେଶରେ ୮ଟି, ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ୪ଟି ଲେଖାଏଁ ସେତୁ ରହିଛି । ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ପାଇଁ ନେଚିପୁ ଟନେଲର ଭୂମିପୂଜା ମଧ୍ୟ କରିଥିଲେ । ରାଜନାଥ କହିଛନ୍ତି, ଏହି ସେତୁ ନିର୍ମାଣ ଦ୍ୱାରା ପଶ୍ଚିମ, ଉତ୍ତର ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ସାମରିକ ଶକ୍ତି ବୃଦ୍ଧି ପାଇବ । ସୈନ୍ୟମାନଙ୍କ ଯାତାୟତ ସୁଗମ ହେବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ପରିବହନର ସୁବିଧା ବୃଦ୍ଧି ପାଇବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି