Masthead

ଗୋଟିଏ ଦିନରେ ୪୪ସେତୁ ଉଦଘାଟନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଏବଂ ଚୀନ୍ ମଧ୍ୟରେ ଲାଗିରହିଛି ଉତ୍ତେଜନା । ଏହା ସତ୍ତେ୍ୱ ପ୍ରତିରକ୍ଷା ମନ୍ତ୍ରୀ ନେଇଛନ୍ତି ଦୃଢ ନିଷ୍ପତ୍ତି । ସୋମବାର ସେ ୭ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୪ଟି ସେତୁ ଉଦ୍ଘାଟନ କରିଛନ୍ତି । ସୀମାନ୍ତ ସଡ଼କ ସଂଗଠନ ଦ୍ୱାରା ନିର୍ମିତ ଏହି ସେତୁଗୁଡିକୁ ପ୍ରତିରକ୍ଷା ମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଦେଶର ସୀମା ସୁରକ୍ଷା ଦିଗରେ ଏହି ସେତୁଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୧୦ ଟି ଜାମ୍ମୁ କାଶ୍ମୀରରେ, ୭ଟି ଲଦାଖରେ, ୨ଟି ହିମାଚଳ ପ୍ରଦେଶରେ, ପଞ୍ଜାବରେ ୪ଟି, ଉତ୍ତରପ୍ରଦେଶରେ ୮ଟି, ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ୪ଟି ଲେଖାଏଁ ସେତୁ ରହିଛି । ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ପାଇଁ ନେଚିପୁ ଟନେଲର ଭୂମିପୂଜା ମଧ୍ୟ କରିଥିଲେ । ରାଜନାଥ କହିଛନ୍ତି, ଏହି ସେତୁ ନିର୍ମାଣ ଦ୍ୱାରା ପଶ୍ଚିମ, ଉତ୍ତର ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ସାମରିକ ଶକ୍ତି ବୃଦ୍ଧି ପାଇବ । ସୈନ୍ୟମାନଙ୍କ ଯାତାୟତ ସୁଗମ ହେବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ପରିବହନର ସୁବିଧା ବୃଦ୍ଧି ପାଇବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ