Masthead

୪ଟି ଅତିରିକ୍ତ ଫୋନରେ ଦେଖି ହେବ ହ୍ୱାଟ୍ସଆପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଣିକି ୪ଟି ଅତିରିକ୍ତ ଫୋନରେ ଦେଖିହେବ ହ୍ୱାଟ୍ସଆପ । ହ୍ୱାଟ୍ସଆପ ପକ୍ଷରୁଏହି ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି । ଆସନ୍ତା କିଛିଦିନ ମଧ୍ୟରେ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ପ୍ରଥମ ଥର ପାଇଁ ଏଭଳି ସୁବିଧା ବ୍ୟବହାରକାରୀଙ୍କୁ ମିଳିବ । ସୁରକ୍ଷା ଏବଂ ଗୋପନୀୟତା ସହିତ ବ୍ୟବହାରକାରୀଙ୍କୁ କୌଣସି ସାଲିସ କରିବାକୁ ପଡ଼ିବ ନାହିଁ । ବ୍ୟବହାରକାରୀ ତାଙ୍କର ଆକାଉଣ୍ଟ ସହିତ ୪ଟି ପର୍ଯ୍ୟନ୍ତ ଅତିରିକ୍ତ ସ୍ମାର୍ଟ ଫୋନକୁ ସଂଯୋଗ କରିପାରିବେ । ଏହି ପକ୍ରିୟା ଠିକ ହ୍ୱାଟ୍ସଆପ ୱେବ ଭଳି ହେବ । ବ୍ୟବହାରକରୀ କୁ୍ୟଆରକୋଡ ସ୍କାନ କରି ଏହି ସୁବିଧା ପାଇପାରିବେ ।

ତେବେ କମ୍ପାନି ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଏକ ଓଟିପି ଭିତ୍ତିକ ପ୍ରମାଣ ବ୍ୟବସ୍ଥା ଉପରେ ମଧ୍ୟ କାର୍ଯ୍ୟ କରୁଛି ବୋଲି କହିଛି । ମେଟା ସିଇଓ ମାର୍କ ଜୁକରବର୍ଗ ଏହି ସୁବିଧା ସମ୍ପର୍କରେ ଅଫିସିଆଲ ପ୍ରସାରଣ ଚ୍ୟାନେଲରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ବ୍ୟାଟେରି ଶେଷ ହୋଇଯାଏ ତେବେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଫୋନରେ ସାଇନ ଇନ କରି ହ୍ୱାଟ୍ସଆପରେ ଚାଟିଂ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯଦି ମୂଳ ଫୋନଟି କିଛି ଦିନ ପାଇଁ ନିଷ୍କି୍ରୟ ହୋଇ ରହେ ତାହାଲେ ଅନ୍ୟ ଫୋନଗୁଡ଼ିକର ହ୍ୱାଟ୍ସଆପ ମଧ୍ୟ ଆପେ ବନ୍ଦ ହୋଇଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ