Masthead

ଡୁପ୍ଲିକେଟ ଚାବି ରତ୍ନଭଣ୍ଡାରର କି ନୁହେଁ, ସ୍ପଷ୍ଟୀକରଣ ରଖନ୍ତୁ ମୁଖ୍ୟମନ୍ତ୍ରୀ’: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ପ୍ରେସମିଟରେ ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ୟ୍ୟଙ୍କ ଟାର୍ଗେଟ । ୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲା ଯାଉନି ପଚାରିଲେ ପୀତାମ୍ବର । ପୁରୀ ଜିଲ୍ଲାର ଜଣେ ବିଜେଡି ନେତା ରତ୍ନ ଭଣ୍ଡାର ଲୁଟ ହେଉଛି ବୋଲି କହିଥିଲେ । ତେଣୁ ରତ୍ନ ଭଣ୍ଡାର ଲୁଟ ହେଉଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି । ଡୁପ୍ଲିକେଟ ଚାବି ମିଳିଛି ବୋଲି କହିଥିଲେ । ତେବେ ରତ୍ନଭଣ୍ଡାର ଖୋଲିବାରେ ପ୍ରତିବନ୍ଧକ କେଉଁଠି ଥିଲା ?

ମିଳିଥିବା ଡୁପ୍ଲିକେଟ ଚାବି ରତ୍ନଭଣ୍ଡାରର କି ନୁହେଁ ସ୍ପଷ୍ଟୀକରଣ ରଖନ୍ତୁ । ୫ ବର୍ଷ ହେଲା କାହିଁକି ରତ୍ନ ଭଣ୍ଡାର ଖୋଲାଯାଉ ନାହିଁ । ଜଷ୍ଟିସ ରଘୁବୀର ଦାସ କମିଟି ଶୀତଳ ଭଣ୍ଡାରରେ ନରଖି ବିଧାନସଭାରେ ଉପସ୍ଥାପନ କରନ୍ତୁ ଏବଂ ତାଙ୍କ ସୁପାରିଶ ଉପରେ କଣ ଆକ୍ସନ ନିଆଯାଇଛି ତାହା ସାର୍ବଜନୀନ କରାଯାଉ ବୋଲି ଦାବି କରିଛି ବିଜେପି । ‘ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ସରକାର ଦାୟିତ୍ୱ ହସ୍ତାନ୍ତର କରନ୍ତୁ’। ‘ଯଦି ଜଗନ୍ନାଥଙ୍କ ପ୍ରକୃତ ଭକ୍ତ, କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜଣାନ୍ତୁ ମୁଖ୍ୟମନ୍ତ୍ରୀ’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ