Masthead

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରଶ୍ନ, ନକ୍ସଲମାନେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି

ଛତିଶଗଡ଼(ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରଶ୍ନ । ନକ୍ସଲମାନେ ଅସ୍ତ୍ରଶସ୍ତ୍ର ପାଉଛନ୍ତି କେମିତି । ଛତିଶଗଡ଼ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହୋଇଥିଲେ । ଯାହାକୁ ନେଇ ଦେଶରେ ତ୍ରୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି । ନକ୍ସଲମାନେ ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି, ସେମାନେ କେମିତି ଏତେ ପରିମାଣର ବିସ୍ଫୋରକ ଉତ୍ପାଦନ କରିପାରୁଛନ୍ତି ? ବୋଲି ପଚାରିଛନ୍ତି । ଏବଂ କେନ୍ଦ୍ର ସରକାର ଏହାର ତଦନ୍ତ କରିବା ଦରକାର । ଏସବୁ ଜିନିଷ ଛତିଶଗଡ଼ରେ ତିଆରି ହେଉନାହିଁ, ତେବେ ନକ୍ସଲଙ୍କ ପାଖରେ କେମିତି ପହଂଚୁଛି ବୋଲି ପ୍ରଶ୍ନ କରିଛନ୍ତି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ଘଟିଥିବା ସ୍ଥାନର ଭୂଗୋଳ ବୁଝିବାର ଆବଶ୍ୟକତା ରହିଛି । ଏହା ୩ଟି ଜିଲ୍ଲା ସୁକମା, ବିଜାପୁର ଓ ଦାନ୍ତେୱାଡାକୁ ଲାଗି ରହିଛି । ଏଠାରେ ରାସ୍ତା ନଥିଲା । ଏଠାରେ ରାସ୍ତା ନିର୍ମାଣ ପାଇଁ ଆମର ଅନେକ ଯବାନ ସହିଦ ହୋଇଥିଲେ । ଏବେ ଏହି ରାସ୍ତା ନିର୍ମାଣ ହୋଇଛି । ଏହି ଅଞ୍ଚଳ ନକ୍ସଲଙ୍କ କବଜାରେ ଥିଲା । ଆମେ ଦୁଇ ବର୍ଷ ମଧ୍ୟରେ ଏଠାରେ ୭୫ଟି ଶିବିର ସ୍ଥାପନ କରିଛୁ । ଏଠାରେ ରାସ୍ତା ନିର୍ମାଣ କରାଯାଉଛି ଏବଂ ଶିବିର ସ୍ଥାପନ କରାଯାଉଛି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ