Masthead

ଅତିକ-ଅଶ୍ରଫ ହତ୍ୟାକାଣ୍ଡ, ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅତିକ-ଅଶ୍ରଫ ହତ୍ୟାକାଣ୍ଡ । ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଏପ୍ରିଲ ୧୫ରେ ଅତିକ୍‌-ଅଶ୍ରଫ୍‌ଙ୍କୁ ପ୍ରୟାଗରାଜର ଏକ ହସ୍ପିଟାଲ ବାହାରେ ପୋଲିସ ହେପାଜତରେ ଗୁଳି କରି ହତ୍ୟା କରାଯାଇଥିଲା। କିଛି ଦିନ ପୂର୍ବରୁ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଦୁଇଟି ପିଟିସନ ଦାଖଲ କରାଯାଇଥିଲା। ସରକାରଙ୍କ ପକ୍ଷ ଶୁଣିବା ବିନା ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ଦିଆଯିବା ଉଚିତ୍‌ ନୁହେଁ ବୋଲି ଉତ୍ତରପ୍ରଦେଶ ପୋଲିସ ସୁପ୍ରିମକୋର୍ଟରେ କହିଛି ।

ପ୍ରଥମ ଆବେଦନ ଓକିଲ ବିଶାଲ ତିୱାରୀଙ୍କ ଦ୍ୱାରା ହୋଇଥିବାବେଳେ ଦ୍ୱିତୀୟ ଆବେଦନ ପୂର୍ବତନ ଆଇପିଏସ ଅମିତାଭ ଠାକୁରଙ୍କ ଦ୍ୱାରା ଦାଖଲ କରାଯାଇଥିଲା। ଏହି ହତ୍ୟାକାଣ୍ଡର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆଡଭୋକେଟ ବିଶାଲ ତିୱାରୀ ତାଙ୍କ ପିଟିସନରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ଦାବି କରିଛନ୍ତି। ଏଥିସହ ପୂର୍ବତନ ଆଇପିଏସ ଅଧିକାରୀ ତାଙ୍କ ପିଟିସନରେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର