Masthead

ବଡ଼ଭାଇର ଜନ୍ମଦିନରେ ସାନଭାଇର ମୃତ୍ୟୁ

‘ପ୍ରଣାମ ଅଶୋକ-କିଶୋର’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମହାନ ଗାୟକ କିଶୋର କୁମାରଙ୍କ ୩୩ତମ ଶ୍ରାଦ୍ଧ ବାର୍ଷିକୀ । ବଲିଉଡ୍ ଇଣ୍ଡଷ୍ଟ୍ରିଜର ଅଜାତଶତ୍ରୁ ନାଁରେ ସେ ବେଶ୍ ଜଣାଶୁଣା । ୪ଅଗଷ୍ଟ୧୯୨୯ରେ ଜନ୍ମଗ୍ରହଣ କରିଥିବା କିଶୋର ୧୯୮୭ ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା । ଇଣ୍ଡଷ୍ଟ୍ରିଜରେ ଯେତେବେଳେ ଥଟ୍ଟାମଜ୍ଜାର କଥାଉଠେ ସେତେବେଳେ କିଶୋର କୁମାରଙ୍କ ନାଁ ଆଗଉଠେ । ତାଙ୍କର ବିନ୍ଦାସ ଜୀବନ ଶୈଳୀ ଆଜିର ଯୁବପିଢିକୁ ଜୀବନକୁ ସଠିକ୍ ଉପଭୋଗ କରିବାର ଶିକ୍ଷାଦିଏ । କିଶୋର କୁମାରଙ୍କ ପ୍ରାରମ୍ଭିକ ବଲିଉଡ୍ କ୍ୟାରିୟର ସେତେଟା ଭଲ ନଥିଲା । କିଶୋର କୁମାର ସଙ୍ଗୀତକୁ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ବଡଭାଇ ଅଶୋକ କୁମାରଙ୍କ ଇଚ୍ଛାଥିଲା ଭିନ୍ନ । ସେ ଅଭିନୟ କ୍ଷେତ୍ରରେ ଆଗକୁ ବଢନ୍ତୁ ବୋଲି ଚାହୁଁଥିଲେ ଅଶୋକ । ଏମିତି ଇଚ୍ଛା ଅନିଚ୍ଛା ଭିତରେ ତାଙ୍କର ପ୍ରାରମ୍ଭିକ ଫିଲ୍ମଗୁଡିକ ଫ୍ଲପ୍ ହୋଇଥିଲା । କାରଣ ଅଭିନୟରେ ତାଙ୍କର ଟିକେ ହେଲେ ମନ ଲାଗୁନଥିଲା । ଏହାସହ ଗୀତ ଗାଇବାକୁ ମଧ୍ୟ ସୁଯୋଗ ମିଳୁନଥିଲା ।

କିଛି ସମୟ ଏମିତି ଆସିଲା ତାଙ୍କର ଫିଲ୍ମଗୁଡିକ ବକ୍ସ ଅଫିସରେ ହିଟ୍ କଲା । ସ୍କ୍ରିନ୍ ରେ ତାଙ୍କ ବିନ୍ଦାସ ଅନ୍ଦାଜକୁ ଲୋକେ ପସନ୍ଦ କରିବାକୁ ଲାଗିଲେ । ଧୀରେ ଧୀରେ କିଶୋର କୁମାରଙ୍କୁ ଅଭିନୟ ପସନ୍ଦ ଲାଗିଲା । ତାଙ୍କର ଫିଲ୍ମଗୁଡିକ ଠିକଠାକ୍ ଚାଲିଲା ଓ ଗୀତ ଗାଇବାର ସୁଯୋଗ ମଧ୍ୟ ମିଳିଗଲା । ଏହାପରଠୁ କିଶୋର କୁମାର ପଛକୁ ଫେରି ଚାହିଁନାହାନ୍ତି । କିଶୋର କୁମାରଙ୍କ ବ୍ୟକ୍ତିଗତ ଚରିତ୍ର ଏମିତ ଥିଲା, ଯାହା ଅନ୍ୟମାନଙ୍କଠୁ ଭିନ୍ନ । ସଂଗୀତକୁ ସେ ମନଭରି ଉପଭୋଗ କରୁଥିଲେ । ତାଙ୍କର ଅନେକଗୁଡିଏ ଫଣ୍ଡା ଥିଲା । ସେ ଭିତରୁ ଗୋଟିଏ, ନୋ ୱାର୍କ, ନୋ ପେମେଣ୍ଟ ।

କିଶୋର କୁମାର ଓ ତାଙ୍କ ଭାଇ ଅଶୋକ କୁମାରଙ୍କ ପାଇଁ ୧୩ ଅକ୍ଟୋବର ଅଭୁଲା ଦିନ । ୧୩-ଅକ୍ଟୋବର ଅଶୋକ କୁମାରଙ୍କ ଜନ୍ମଦିନ ପଡୁଥିବା ବେଳେ ଏହି ଦିନରେ ହିଁ କିଶୋର କୁମାର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ୨୦୦୧ ଡିସେମ୍ବର-୧୦ରେ ୯୦ ବର୍ଷ ବୟସରେ ଅଶୋକ କୁମାରଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଇ ଭେଟେରାନଙ୍କୁ ‘ବଡ଼ ଖବର’ ଟିମ୍ ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି