କର୍ଣ୍ଣାଟକ ପାଇଁ ନିର୍ବାଚନ ଇସ୍ତାହାର ଜାରି କଲା ବିଜେପି

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ନିର୍ବାଚନ ଇସ୍ତାହାର । ବେଙ୍ଗାଲୁରୁ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ବିଜେପିର ବରିଷ୍ଠ ନେତା ବି.ଏସ ୟେଦୁରପ୍ପା ଇସ୍ତାହାର ଜାରି କରିଛନ୍ତି । ଏହି ଇସ୍ତାହାରର ନାମ ପ୍ରଜା ଧ୍ୱନୀ ରଖାଯାଇଛି। ମନିଫେଷ୍ଟୋ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ପାଇଁ ଏକ ପ୍ୟାନେଲ ଗଠନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଜେ.ପି.ନଡ୍ଡା ।

ଏହା ବ୍ୟତୀତ ବିପିଏଲ ପରିବାରକୁ ତିନୋଟି ସିଲିଣ୍ଡର ମାଗଣାରେ ଦିଆଯିବ ନେଇ ଇସ୍ତାହରରେ କୁହାଯାଇଛି । ଚାଷୀଙ୍କୁ ବିହନ ପାଇଁ ୧୦ ହଜାର ଟଙ୍କା ଦିଆଯିବ। ପ୍ରତ୍ୟେକ ୱାର୍ଡରେ ଅଟଳ ଡାଏଟ ସେଣ୍ଟର ଖୋଲିବାକୁ ଘୋଷଣା କରାଯାଇଛି । ଏହା ବ୍ୟତୀତ ପାଞ୍ଚ ଲକ୍ଷ ଋଣ ଉପରେ କୌଣସି ସୁଧ ଆଦାୟ କରାଯିବ ନାହିଁ ବୋଲି କୁହାଯାଇଛି। ବିପିଏଲ ପରିବାର ପାଇଁ ୫ କିଲୋଗ୍ରାମ ଚାଉଳ ଏବଂ ୫ କିଲୋଗ୍ରାମ ଗହମ, ଅଧା ଲିଟର ନନ୍ଦିନୀ କ୍ଷୀର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ