ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୪ ଟି ମୋବାଇଲ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର । ଏହି ଆପ ପାକିସ୍ତାନ ଆତଙ୍କବାଦୀ ବ୍ୟବହାର କରୁଥିବା ଜଣାପଡ଼ିଛି । କଶ୍ମୀରରେ ଆତଙ୍କବାଦୀମାନେ ସେମାନଙ୍କ ସମର୍ଥକ ଏବଂ ଗ୍ରାଉଣ୍ଡ କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଏହି ଆପ ବ୍ୟବହାର କରୁଥିଲେ। ୧୪ଟି ମୋବାଇଲ ଆପ୍ଲିକେସନ ବାବଦରେ ଜାଣିବା ପରେ ସୁରକ୍ଷା ବଳ, ସୁରକ୍ଷା, ଗୁଇନ୍ଦା ଓ ଯାଞ୍ଚ ଏଜେନ୍ସି ଏହାକୁ ବ୍ଲକ କରିଦେବାକୁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ।
କିଛି ଦିନ କଡା ନଜର ରଖିବା ପରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଏହସବୁ ଆପ୍ସ୍ ଗୁଡିକ ବାବଦରେ ଜାଣିବାକୁ ପାଇଥିଲେ । ଆପଗୁଡ଼ିକ ମଧ୍ୟରେ କ୍ରିପଭାଇଜର, ଏନିଗମା, ସେଫସୱିସ, ୱିକର୍ମ, ମିଡିଆଫାୟାର, ବ୍ରିଆର, ବିଚାଟ, ନ୍ୟାଣ୍ଡବକ୍ସ, କନିଅନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ, ଜାଙ୍ଗି, ଥ୍ରିମା ଆଦି ରହିଛି। ଏହାପୂର୍ବରୁ ଭାରତ ସରକାର ଚାଇନାର ଅନେକ ଆପକୁ ନିଷିଦ୍ଧ କରିଥିଲେ। ।