Masthead

କୋଟିଆ ବିବାଦ ସମାଧାନ ନହେଲେ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ନ୍ତୁ: ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କୋଟିଆ ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ମାସେ ମହଲତ ଦେଲା ବିଜେପି । ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା କରି ସମାଧାନ କର କୋଟିଆ ସୀମା ବିବାଦ । ନଚେତ ରାଜ୍ୟବ୍ୟାପୀ ‘ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼’ ଆନ୍ଦୋଳନ କରିବ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥିୀରାଜ ହରିଚନ୍ଦନ । ସେ କହିଛନ୍ତି, କୋଟିଆ ସୀମା ବିବାଦ ଏବେ ଓଡ଼ିଶା ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିବା ଆରମ୍ଭ କରିଛି ।

କେବଳ କୋଟିଆ ନୁହେଁ, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ସେଠାରେ ମଧ୍ୟ କିଛି ପଞ୍ଚାୟତରେ ଆନ୍ଧ୍ର ପୋଷ୍ଟର ଲାଗୁଛି । ବାସହୀନ ଲୋକଙ୍କୁ ପଟା ବାଣ୍ଟୁଛି ଆନ୍ଧ୍ର । କୋଟିଆ ପ୍ରସଙ୍ଗରେ ଆମ ରାଜ୍ୟ ସରକାର କିନ୍ତୁ ଚୁପ୍ ବସିଛନ୍ତି । ନା କୌଣସି ମନ୍ତ୍ରୀ, ଅଧିକାରୀ ବା ଜିଲ୍ଲା ପ୍ରଶାସନ ସେଠାକାର ସ୍ଥିତି ବୁଝୁଛନ୍ତି । ସମସ୍ତେ ଏ ପ୍ରସଙ୍ଗକୁ ବି ଏଡ଼ାଇ ଚାଲିଛନ୍ତି । ଏବେ ପ୍ରହେଳିକା ପୂର୍ଣ୍ଣ ସ୍ଥିତିରେ ଅଛି କୋଟିଆ ସ୍ଥିତି ।

ଏହି ଢିଲାପଣିଆ ଯୋଗୁଁ ଆଜି ଓଡ଼ିଶା ପୋଲାଭରମ, ମହେନ୍ଦ୍ରତନୟା, ମହାନଦୀ ଟ୍ରିବ୍ୟୁନାଲ ମାମଲାରେ ପଛରେ ରହିଛି । ଓଡ଼ିଶାର ଅସ୍ମିତା ସହ କାହାକୁ ବି ଖେଳିବାକୁ ଦିଆଯିବନାହିଁ । ଆନ୍ଧ୍ର ସହ ସୀମା ବିବାଦକୁ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନିଅନ୍ତୁ । ମାସକ ଭିତରେ ଏନେଇ ପଦକ୍ଷେପ ନ ନେଲେ ରାଜ୍ୟ ସାରା ଅଯୋଗ୍ୟ ମୁଖ୍ୟମନ୍ତ୍ରୀ, ଗାଦି ଛାଡ଼ ଆନ୍ଦୋଳନ କରିବ ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା