Masthead

ସମସ୍ୟାର ସମାଧାନ କଲା ସୋସିଆଲ ମିଡିଆ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ):  ସମସ୍ୟାର ସମାଧାନ କରିଛି ସୋସିଆଲ ମିଡ଼ିଆ । ବକେୟା ପିଡିଏସ୍ ଚାଉଳ ଦେଇଛନ୍ତି ଡିଲର । ଜଳେଶ୍ୱର ବ୍ଲକ ସୁଗୋ ଗ୍ରାମର ପଞ୍ଚାନନ ରାଉଳଙ୍କ ପାଞ୍ଚ ଝିଅ । ଏହି ପରିବାର ଗୁପଚୁପ ବେପାର କରି ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ସରକାରୀ ସହାୟତା କହିଲେ କେବଳ ମାସକୁ ୩୫ କେଜି ଚାଉଳ ସାହାଭରସା। ତେବେ ଗତ ତିନି ମାସ ଧରି ପିଡିଏସ୍ ଚାଉଳ ମିଳୁନଥିବାରୁ ବୃଦ୍ଧ ପଞ୍ଚାନନ ଏବଂ ତାଙ୍କର ସାନ ଝିଅ ସରସ୍ବତୀ ବାରମ୍ବାର ଡିଲର ନିକଟରେ ଅଭିଯୋଗ କରିଆସୁଥିଲେ। ଏହାକୁ ନେଇ ଡିଲର ଏବଂ ତାଙ୍କ ପୁଅ ଉତକ୍ଷିପ୍ତ ହୋଇ ଚାଉଳ ଦିଆ ଯିବନି ବୋଲି କହିବା ସହ ନାଲି ଆଖି ଦେଖେଇ ଥିଲେ ।

ଝିଅ ସରସ୍ବତୀ ଦୁଇଦିନ ତଳେ ସୋସିଆଲ ମିଡ଼ିଆରେ ଡିଲର କାରନାମାକୁ ରେକର୍ଡ କରି ଫେସବୁକରେ ଆପଲୋଡ଼ କରିଥିଲେ। ଯାହାକୁ ନେଇ ଜଳେଶ୍ଵର ଅଞ୍ଚଳ ରେ ଚର୍ଚ୍ଚା ଲାଗି ରହିଥିଲା । ଡିଲର ସରସ୍ୱତୀଙ୍କ ଘରକୁ ଯାଇ ବକେୟା ଥିବା ତିନିମାସର ଚାଉଳ ଦେଇଛନ୍ତି । ସୋସିଆଲ ମିଡିଆର ପ୍ରଭାବକୁ ନେଇ ସରସ୍ବତୀ ବହୁତ ଖୁସି ଥିବା ବେଳେ ବାପାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!