Masthead

ସମସ୍ୟାର ସମାଧାନ କଲା ସୋସିଆଲ ମିଡିଆ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ):  ସମସ୍ୟାର ସମାଧାନ କରିଛି ସୋସିଆଲ ମିଡ଼ିଆ । ବକେୟା ପିଡିଏସ୍ ଚାଉଳ ଦେଇଛନ୍ତି ଡିଲର । ଜଳେଶ୍ୱର ବ୍ଲକ ସୁଗୋ ଗ୍ରାମର ପଞ୍ଚାନନ ରାଉଳଙ୍କ ପାଞ୍ଚ ଝିଅ । ଏହି ପରିବାର ଗୁପଚୁପ ବେପାର କରି ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ସରକାରୀ ସହାୟତା କହିଲେ କେବଳ ମାସକୁ ୩୫ କେଜି ଚାଉଳ ସାହାଭରସା। ତେବେ ଗତ ତିନି ମାସ ଧରି ପିଡିଏସ୍ ଚାଉଳ ମିଳୁନଥିବାରୁ ବୃଦ୍ଧ ପଞ୍ଚାନନ ଏବଂ ତାଙ୍କର ସାନ ଝିଅ ସରସ୍ବତୀ ବାରମ୍ବାର ଡିଲର ନିକଟରେ ଅଭିଯୋଗ କରିଆସୁଥିଲେ। ଏହାକୁ ନେଇ ଡିଲର ଏବଂ ତାଙ୍କ ପୁଅ ଉତକ୍ଷିପ୍ତ ହୋଇ ଚାଉଳ ଦିଆ ଯିବନି ବୋଲି କହିବା ସହ ନାଲି ଆଖି ଦେଖେଇ ଥିଲେ ।

ଝିଅ ସରସ୍ବତୀ ଦୁଇଦିନ ତଳେ ସୋସିଆଲ ମିଡ଼ିଆରେ ଡିଲର କାରନାମାକୁ ରେକର୍ଡ କରି ଫେସବୁକରେ ଆପଲୋଡ଼ କରିଥିଲେ। ଯାହାକୁ ନେଇ ଜଳେଶ୍ଵର ଅଞ୍ଚଳ ରେ ଚର୍ଚ୍ଚା ଲାଗି ରହିଥିଲା । ଡିଲର ସରସ୍ୱତୀଙ୍କ ଘରକୁ ଯାଇ ବକେୟା ଥିବା ତିନିମାସର ଚାଉଳ ଦେଇଛନ୍ତି । ସୋସିଆଲ ମିଡିଆର ପ୍ରଭାବକୁ ନେଇ ସରସ୍ବତୀ ବହୁତ ଖୁସି ଥିବା ବେଳେ ବାପାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି