Masthead

ପଢନ୍ତୁ କରୋନା ସମ୍ପର୍କିତ ଭଲ ଖବର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରୁଷିଆର କରୋନା ଟିକା ସ୍ପୁଟନିକ୍-ଭି ର ଦ୍ୱିତୀୟ ଏବଂ ତୃତୀୟ ପର୍ୟ୍ୟାୟର କ୍ଲିନିକାଲ୍ ପରୀକ୍ଷା ଖୁବଶୀଘ୍ର ଭାରତରେ ହେବ । ଏଥିପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଭାରତୀୟ ଔଷଧ ନିର୍ମାତା ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ(ଡିଆରଏଲ୍)କୁ ଅନୁମୋଦନ କରିଛି । ଦେଶରେ ସ୍ପୁଟନିକ୍ -ଭି ର ଦ୍ୱିତୀୟ ଏବଂ ତୃତୀୟ ପର୍ୟ୍ୟାୟ ମାନବ ପରୀକ୍ଷା ପାଇଁ ଏକକାଳୀନ ଅନୁମତି ଦେବାକୁ ହାଇଦ୍ରାବାଦ ଭିତ୍ତିକ ଏହି ଫାର୍ମାସ୍ୟୁଟିକାଲ୍ ଫାର୍ମ ଅକ୍ଟୋବର ୧୩ରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆକୁ ଆବେଦନ କରିଥିଲା । ଡିଆରଏଲ୍ର ଆବେଦନକୁ ଡିସିଜିଆଇ ସବୁଜ ସଙ୍କେତ ଦେଇଛି ।

ବହୁ ବିଚାର ବିମର୍ଷ ପରେ ଶୁକ୍ରବାର କରୋନା ସମ୍ପର୍କିତ ବିଶେଷଜ୍ଞ କମିଟି ଶେଷରେ ସମ୍ଭାବ୍ୟ ଟିକାକରଣ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣକୁ ପ୍ରଥମେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦ୍ୱିତୀୟ ପର୍ୟ୍ୟାୟର ସଫଳତା ପରେ ତୃତୀୟ ପର୍ଯ୍ୟାୟରେ ମାନବ ପରୀକ୍ଷାକୁ ଅନୁମତି ମିଳିବ ବୋଲି ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି ।
ସ୍ପୁଟନିକ୍-ଭି ରୁଷିଆରେ ପରୀକ୍ଷା କରାଯାଇଥିଲା । ଏହି ଟିକା ଗମାଲାୟା ଜାତୀୟ ଅନୁସନ୍ଧାନ କେନ୍ଦ୍ର ଏପିଡେମୋଲୋଜି ଏବଂ ମାଇକ୍ରୋବାଓଲୋଜି ଦ୍ୱାରା ମିଳିତ ଭାବେ ବିକଶିତ ହୋଇଛି । ରୁଷିଆ ନିର୍ମିତ ସ୍ପୁଟନିକ୍-ଭି, ବିଶ୍ୱରେ ପ୍ରଥମ କରୋନା ଟିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ