Masthead

ଆସୁଛନ୍ତି ମାଡାମ ପ୍ରେସିଡେଣ୍ଟ, ନବବଧୂ ଭଳି ସଜେଇ ହୋଇଛି ଜିଲ୍ଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆସୁଛନ୍ତି ମାଡାମ ରାଷ୍ଟ୍ରପତି । ବଦଳି ଯାଇଛି ଜିଲ୍ଲାର ରୂପରେଖ । ରାଷ୍ଟ୍ରପତିଙ୍କୁ ସ୍ଵାଗତ ପାଇଁ ରାଇରଙ୍ଗପୁର , ପାହାଡପୁର ଆଉ ଏସ ଏଲ ଏସ ଆବାସିକ ବିଦ୍ୟାଳୟ ନବବଧୂ ଭଳି ସଜେଇ ହୋଇଛି । ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ କରି ମୟୂରଭଞ୍ଜ ଆସିବେ ଦ୍ରୌପଦୀ ମୁର୍ମୁ। ସକାଳ ୧୦.୧୫ରେ ବାଦାମପାହାଡରେ ଅବତରଣ କରି ପାହାଡପୁର ଏସ ଏଲ୍ ଏସ ବିଦ୍ୟାଳୟରେ ୧୦.୪୦ରେ ପହଞ୍ଚିବେ । ୧୨.୪୫ରେ ସାଟପୁଟିଆ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

ପରେ ସୋନାରାମ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ବଡବନ୍ଧ ଠାରେ ୧୦୦ଫୁଟର ଜାତୀୟ ପତାକା ଉତ୍ତୋଳନ କରିବା ପରେ ସମ୍ବର୍ନ୍ଧନା ଉତ୍ସବରେ ଯୋଗଦେବେ। ୫ ତାରିଖରେ ରାଷ୍ଟ୍ରପତି ରଘନାଥ ମୁର୍ମୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରି ବାରିପଦା ସର୍କିଟ ହାଉସରେ ରାତ୍ରି ଯାପନ କରିବେ । ପରେ ଦିନ ୧୦ଟା ସମୟରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ୧୨ଟା କଲେଇକୁଣ୍ଡା ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ।

ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପାହାଡ଼ପୁର, ରାଇରଙ୍ଗପୁର ଓ ଶିମିଳିପାଳ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୂରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାର ସୁରକ୍ଷା ଯାଞ୍ଚ କରିଛନ୍ତି । ପୁଲିସ ପ୍ରଶାସନ ପକ୍ଷରୁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ