Masthead

ଆଜି ବଛାହୋଇପାରନ୍ତି ଏନସିପି ଅଧ୍ୟକ୍ଷ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ପଦରୁ ଇସ୍ତଫା ଦେବା ପରେ ଆଜି ବଛାହୋଇପାରନ୍ତି ଏନସିପିର ପରବର୍ତ୍ତୀ ଅଧ୍ୟକ୍ଷ । ଆଜି ଏନସିପିର ୧୬ ଜଣିଆ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କାର୍ଯ୍ୟକର୍ତ୍ତାଙ୍କ ଦାବିକୁ ନେଇ ପାୱାର ତାଙ୍କ ଇସ୍ତଫା ଉପରେ ପୁର୍ନବିଚାର କରିବେ। ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ- ତାହାକୁ ନେଇ ଚାଲିଛି ଚର୍ଚ୍ଚା । ଅଧ୍ୟକ୍ଷ ପଦରୁ ଶରଦ ପାଓ୍ବାର ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ନେତା ସେଥିନେଇ ଦଳରେ ଚାଲିଛି ମାନସମନ୍ଥନ ।

ସେପଟେ ସୁପ୍ରିୟା ସୁଲେଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇପାରେ ବୋଲି ସୂଚନା ମିଳିଛି । ସୁପ୍ରିୟା ଏବେ ସାଂସଦ ଅଛନ୍ତି । ଗତକାଲି ସୁପ୍ରିୟାଙ୍କ ସହ ଦଳୀୟ ସଙ୍କଟ ପ୍ରସଙ୍ଗରେ ଆଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ସେହିପରି ପାୱାରଙ୍କୁ ବି ଭେଟିଥିଲେ ଦଳର ଉପସଭାପତି ପ୍ରଫୁଲ୍ଲ ପଟେଲ । ଅନ୍ୟପଟେ ଜୟନ୍ତ ପାଟିଲ ଏବଂ ଅନ୍ୟାନ୍ୟ ଏନସିପି ନେତା ପାୱାରଙ୍କୁ ଭେଟି ଆସନ୍ତା ବର୍ଷ ଗୁରୁତ୍ୱପୂର୍ଣ୍ଣ ଲୋକ ସଭା ତଥା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼