ମଣିପୁର (ବଡ଼ ଖବର ବ୍ୟୁରୋ): ମଣିପୁର ହିଂସା । ହିଂସାରେ ସମ୍ନାକୁ ଆସିଛି ଏକ ବଡ଼ ଖବର । ଦଙ୍ଗାକାରୀ ସରକାରୀ ବାସଭବନରୁ ଜଣକୁ ଟାଣି ଆଣି ହତ୍ୟା କରିଛନ୍ତି । ଇମ୍ଫାଲର ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଟାଣିନେଇ ହତ୍ୟା କରିଛନ୍ତି ଦଙ୍ଗାକାରୀ । ମୃତକ ହେଲେ ଲେମନଥାଙ୍ଗ ହାଓକିପ ।
ସେ ଇମ୍ଫାଲରେ ଟ୍ୟାକ୍ସ ଆସିଷ୍ଟାଣ୍ଡ ଭାବେ କାମ କରୁଥିଲେ । ଯାହାକୁ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଭାରତୀୟ ରାଜସ୍ୱ ସେବା ସଂଘ(ଆଇଆରଏସ) । ସଂଘ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ସଂଘ କହିଛି, ହିଂସାକାଣ୍ଡ ସମୟରେ ଲେମନଥାଙ୍ଗକୁ ତାଙ୍କ ବାସଭବନରୁ ଘୋଷାଡି ଆଣି ଦଙ୍ଗାକାରୀମାନେ ପିଟି ପିଟି ମାରି ଦେଇଛନ୍ତି।