Masthead

ଆମେରିକା ଟେକ୍ସାସର ମଲରେ ଗୁଳିମାଡ଼, ୯ ଜଣ ମୃତ

ଆମେରିକା(ବଡ଼ ଖବର ବ୍ୟୁରୋ): ଆମେରିକା ଟେକ୍ସାସର ଏକ ମଲରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ଗୁଳିମାଡ଼ରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିବା ପୋଲିସର ସୂଚନା  । ପୋଲିସ ଗୁଳିରେ ଦୁର୍ବୃତ୍ତର ମୃତ୍ୟୁ ହୋଇଥିବା ସୂଚନା । ଗୁଳି କରିଥିବା ବ୍ୟକ୍ତି ମଧ୍ୟ ପୁଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ଶନିବାର ଅପରାହ୍ନରେ ଘଟିଛି ଏହି ଘଟଣା । ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ଡାଲସ୍ ବାହାରେ ଗୋଟାଏ ଜନଗହଳି ପୂର୍ଣ୍ଣ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲେ । ଗୁଳିମାଡ଼ରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳି ହେଉଥିବା ଦେଖି ଲୋକେ ଏଣେତେଣେ ଧାଇଁଥିଲେ। ଟେକ୍ସାସ୍ର, ‘ଏଲେନ୍ ପ୍ରିମିୟମ୍ ଆଉଟ୍ଲେସଟସ୍’ ମଲରେ ଏକାକୀ ଗୁଳି ଚଳାଇଥିବା ଉକ୍ତ ବନ୍ଧୁକଧାରୀଙ୍କୁ ଜଣେ ପୋଲସି ଅଧିକାରୀ ଗୁଳିକରି ହତ୍ୟା କରିଛନ୍ତି।

ଏଲେନ୍ ଅଗ୍ନିଶମ ବିଭାଗର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୁଳିମାଡ଼ରେ ଆହତ ହୋଇଥିବା ୯ଜଣ ବ୍ୟକ୍ତିଙ୍କୁ ତାଙ୍କ ବିଭାଗ ସେ ଅଞ୍ଚଳର ଡାକ୍ତରଖାନାମାନଙ୍କୁ ନେଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ମେଡିକାଲ୍ ସିଟି ହେଲଥକେୟାର୍’ କହିଛି ଯେ, ଟ୍ରମା ସେଣ୍ଟର୍ ୮ଜଣ ଆହତଙ୍କୁ ଚିକିତ୍ସା କରୁଛି। ସେମାନଙ୍କର ବୟସ ୫ରୁ ୬୧ ମଧ୍ୟରେ ହେବ। କିନ୍ତୁ, ସେମାନଙ୍କ ସ୍ୱାସ୍ଥାବସ୍ଥା ବିଷୟରେ ହସ୍ପିଟାଲ୍ କିଛି ଉଲ୍ଲେଖ କରିନାହିଁ।ପୁଲିସ ଓ ଅଗ୍ନିଶମ ବାହିନୀ ଟିମ୍ ଆସିବା ପରେ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଥିଲା ଏବଂ ମୃତଦେହଗୁଡ଼ିକୁ ଜବତ କରାଯାଇଥିଲା। ଟେକ୍ସାସ ଗଭର୍ଣ୍ଣର ଗ୍ରେଗ ଆବୋଟ କହିଛନ୍ତି ଏହା ଏକ ଦୁଃଖଦ ଘଟଣା, ଯାହାକୁ ବର୍ଣ୍ଣନା କରି ହେବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି