Masthead

ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ହେଲିକପ୍ଟର ନିକଟରେ ସେଲ୍ଫି ଉଠାଇଲେ ଯୁବକ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ବାରିପଦା ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଦିକ୍ଷାନ୍ତ ଭାଷଣ ସମୟର ବିଦ୍ୟୁତ୍ କାଟକୁ ନେଇ ବିତର୍କ ଆରମ୍ଭ ହେଉଥିବାବେଳେ,ଏବେ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ବ୍ୟକ୍ତି ସିଧାସଳଖ ରାଷ୍ଟ୍ରତିଙ୍କ ହେଲିକପ୍ଟର ନିକଟରେ ସେଲଫି ଉଠାଇଛନ୍ତି । ତାକୁ ଫେସବୁକରେ ପୋଷ୍ଟ କରିଛନ୍ତି । ଗତ ଶୁକ୍ରବାର ରାଷ୍ଟ୍ରପତି ମୟୂରଭଞ୍ଜ ଶିମିଳିପାଳ ପରିଦର୍ଶନ ଆସିଥିଲେ ।

ଯଶୀପୁର ନିକଟ ଛେଳି ଗୁଦୁଲିରେ ହେଲିପ୍ୟାଡରେ ଅବତରଣ କରି ସେ ସଡ଼କ ପଥରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ । ତେବେ ରାଷ୍ଟ୍ରପତି ଯିବା ପରେ ହେଲିପ୍ୟାଡରେ ଡିଉଟିରେ ଥିବା ଜଣେ ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ନିକଟରେ ସେଲ୍ଫି ନେଇଥିଲେ । ଫଟୋଟିକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଫାର୍ମାସିଷ୍ଟ । ତାଙ୍କ ନାଁ ଯଶୱନ୍ତ ବେହେରା । କଡ଼ା ସୁରକ୍ଷା ବଳୟ ଭେଦ କରି ହେଲିକପ୍ଟର ସାମ୍ନାରେ ବସି କିଭଳି ଫଟୋ ଉଠାଇଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!