Masthead

ନିଯୁକ୍ତିକୁ ନେଇ ଗଣ୍ଡଗୋଳ, ବିଧାୟକଙ୍କ କୁଶପୁତ୍ତଳିକା ଦାହ

ପାଲଲହଡ଼ା(ବଡ଼ ଖବର ବ୍ୟୁରୋ): ପାୱାରହାଉସରେ ନିଯୁକ୍ତିକୁ ନେଇ ଗଣ୍ଡଗୋଳ। ପାଲଲହଡା ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲେ ଅଞ୍ଚଳବାସୀ। ଅନୁଗୋଳ ଜିଲ୍ଲା ପାଲଲହଡ଼ା କଣିହାଁ ବ୍ଲକ ରେଙ୍ଗାଳି ତାରିଣୀ ଛକରେ ବିଧାୟକ ମୁକେଶ କୁମାର ପାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ରେଙ୍ଗାଳି ଡ୍ୟାମ ଓଏଚପିସିରେ ବିଧାୟକ ନିଜ ଦଳର ୩୫ଜଣ ସମର୍ଥକଙ୍କୁ ଠିକା ନିଯୁକ୍ତି ଦେବାକୁ ବାଧ୍ୟ କରିଥିଲେ । ଅନ୍ୟ ପକ୍ଷରେ ଠିକା ନିଯୁକ୍ତିରେ ରେଙ୍ଗାଳି ଅଞ୍ଚଳର କାହାକୁ ନିଯୁକ୍ତି ଦିଆଯାଇନାହିଁ । ଏହାର ପ୍ରତିବାଦ କରିବାରୁ ଓଏଚପିସିରେ ଏତେ ସଂଖ୍ୟାରେ ନିଯୁକ୍ତି ଦେବାକୁ ମନା କରି ଦିଆଯାଇଥିଲା । ଫଳରେ ଯୁବକମାନେ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ବିଧାୟକ ଲାଞ୍ଚ ନେଇ ଚାକିରି ଦେଇଥିବା ଅଭିଯୋଗ କରିଛନ୍ତି । ଏଥିସହ ପଞ୍ଚାୟତ ଶ୍ରମିକ ନେତା ଧ୍ରୁବ ଚରଣ ଧୀରଙ୍କ ନେତୃତ୍ୱରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା