Masthead

ମମତା ବାନାର୍ଜୀ କାହାକୁ ବ୍ଲାକମେଲିଂ କରନ୍ତି ନାହିଁ: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ବଡ଼ ବୟାନ । କହିଲେ ମମତା ବାନାର୍ଜୀ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ । ସେ କହିଛନ୍ତି ମମତା ଏପରି ଜଣେ ମୁଖ୍ୟମନ୍ତ୍ରୀ ଯିଏ କାହାକୁ ବ୍ଲାକମେଲିଂ କରନ୍ତି ନାହିଁ । ‘ମୁଁ ଭାବୁଛି ଦେଶରେ ଏକ ଶକ୍ତିଶାଳୀ ବିରୋଧୀଙ୍କ ଆବଶ୍ୟକତା ଅଛି, ଯାହାଦ୍ୱାରା ଶାସକ ଦଳର ଲୋକମାନେ ବ୍ଲାକମେଲ କରିପାରିବେ ନାହିଁ’। କୋଲକାତାରେ ଏଫଆଇସିସିଆଇ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି । ସୁବ୍ରମଣ୍ୟମ କହିଛନ୍ତି, ମୁଁ ଆଜିର ଲୋକଙ୍କୁ ଜାଣେ। ସେମାନେ ବର୍ତ୍ତମାନର ସରକାରଙ୍କ ବିରୋଧରେ ଅଧିକ କହିବାକୁ ଚାହାଁନ୍ତି ନାହିଁ। କାରଣ ସେମାନେ ଏଜେନ୍ସିଗୁଡିକୁ ଭୟ କରୁଛନ୍ତି। ଦେଶର ଗଣତନ୍ତ୍ର ପାଇଁ ଏହା ଭଲ ନୁହେଁ। କିନ୍ତୁ ମମତା ସାହସୀ ଅଟନ୍ତି। ସେ କିପରି ବାମପନ୍ଥୀ ବିରୁଦ୍ଧରେ ଛିଡ଼ା ହୋଇଥିଲେ ଆମେ ଦେଖିଛୁ। ବର୍ତ୍ତମାନ ପରିସ୍ଥିତିରେ ମମତା ବାନାର୍ଜୀ ହେଉଛନ୍ତି ଏକମାତ୍ର ନେତା ଯିଏ ସାହସର ସହିତ ଠିଆ ହୋଇଛନ୍ତି ଏବଂ କାହାକୁ ଭୟ କରନ୍ତି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା