Masthead

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ଝଟକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେଜ୍ରିୱାଲା ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ନିର୍ବାଚିତ ସରକାରଙ୍କ ହାତରେ ରହିବ ହିଁ ମୁଖ୍ୟ କ୍ଷମତା । ଉପରାଜ୍ୟପାଳ ସରକାରଙ୍କ ନିଷ୍ପତ୍ତି ଶୁଣିବାକୁ ବାଧ୍ୟ । ପ୍ରଶାସନର ପ୍ରକୃତ କ୍ଷମତା ଏକ ନିର୍ବାଚିତ ସରକାରର ରହିବା ଉଚିତ୍ । ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଝଟକା । ଦିଲ୍ଲୀର ନିର୍ବାଚିତ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । କେବଳ ଆଇନ ଶୃଙ୍ଖଳା ଏବଂ ଜମି ବ୍ୟତୀତ ଆଉ ସମସ୍ତ ସେବା ଉପରେ ନିର୍ବାଚିତ ସରକାରଙ୍କ କ୍ଷମତା ରହିବ।

ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳଙ୍କ କାର୍ଯ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଦିଆଯାଇଥିବା କ୍ଷମତା ମଧ୍ୟରେ ସୀମିତ ରହିବ । ନଚେତ୍ ଦିଲ୍ଲୀରେ ଏକ ପୃଥକ ନିର୍ବାଚିତ ସରକାର ହେବାର ଉଦ୍ଦେଶ୍ୟ ବୃଥା ହେବ ବୋଲି ଶୀର୍ଷ କୋର୍ଟ କହିଛନ୍ତି। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ଏହାର ଅଧିକାରୀଙ୍କ ଉପରେ ନିୟନ୍ତ୍ରଣ ରଖିବେ । କେନ୍ଦ୍ର ସରକାର ବନାମ ଦିଲ୍ଲୀ ଦିଲ୍ଲୀ ସରକାରଙ୍କ ମଧ୍ୟରେ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଚୂଡାନ୍ତ ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀରେ ନିଯୁକ୍ତି ପାଇଥିବା ଆଇଏଏସ୍ ଏବଂ ଅଧିକାରୀମାନେ ଦିଲ୍ଲୀ ସରକାରଙ୍କ ସହ ରହିବେ। ନିର୍ବାଚିତ ସରକାରଙ୍କ ନୀତି ଓ ଆଦର୍ଶ ଅନୁଯାୟୀ କାର୍ଯ୍ୟ କରିବେ ।

ଯଦି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ଏହାର ଅଧିକାରୀମାନଙ୍କୁ ନିୟନ୍ତ୍ରଣ କରିବାରେ ଅନୁମତି ଦିଆନଯାଏ ତେବେ ବିଧାନସଭା ତଥା ଜନସାଧାରଣଙ୍କ ପ୍ରତି ଏହାର ଉତ୍ତରଦାୟିତ୍ୱ ହ୍ରାସ ପାଇବ। ସୁପ୍ରିମକୋର୍ଟଙ୍କ ସାମ୍ବିଧାନ ବେଞ୍ଚ କହିଛନ୍ତି ଯେ ଦିଲ୍ଲୀବାସୀଙ୍କୁ ସେବା ସେବା ଯେଗାଇବାରେ ଦିଲ୍ଲୀ କିମ୍ବା କେନ୍ଦ୍ର ସରକାର କାହାର କ୍ଷମତା ଅଛି । ୨୦୧୯ରେ ଜଷ୍ଟିସ ଅଶୋକ ଭୂଷଣ ଦେଇଥିବା ରାୟ ସହ ସାମ୍ବିଧାନିକ ବେଞ୍ଚ ସହମତ ନୁହନ୍ତି ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ସେ କହିଛନ୍ତି ଯେ ଗଣତନ୍ତ୍ରର ନୀତି, ମୌଳିକ ଢାଞ୍ଚା ଫେଡେରାଲାଇଜିମର ଏକ ଅଂଶ । ଦିଲ୍ଲୀ ସରକାର ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବାରୁ ଗଣତନ୍ତ୍ରର ସମସ୍ତ ନୀତି ଓ ଆଦର୍ଶ ଉପଭୋଗ କରିବା ଦରକାର ବୋଲି ମୁଖ୍ୟବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ