Masthead

ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ , ଆସିଲା ବିସ୍ଫୋରଣକାରୀଙ୍କ ପ୍ରଥମ ଫୁଟେଜ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ପଞ୍ଜାବ ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ ଘଟଣା । ସାମ୍ନାକୁ ଆସିଲା ବିସ୍ଫୋରଣକାରୀଙ୍କ ପ୍ରଥମ ଭିଡିଓ । ଏମାନେ ପୋଲିସଙ୍କ ଠାରୁ ଖସିବା ପାଇଁ ଚେଷ୍ଟା କରୁଥିଲେ । ଅମୃତସରର ସ୍ୱର୍ଣ୍ଣମନ୍ଦିର ନିକଟରେ ଗୁରୁବାର ସକାଳେ ବିସ୍ଫୋରଣ ଶଦ୍ଦ ଶୁଣିବାକୁ ମିଳିଥିଲା । ସକାଳ ପ୍ରାୟ ୧୨.୩୦ରେ ଏହି ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । କାହାର ମୃତ୍ୟୁ ହୋଇନାହିଁ ।

ଏଥିସହିତ ସିସିଟିଭି ଫୁଟେଜରୁ ଦୁଇଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଯେଉଁଥିରେ ସେମାନେ ଏକ ବାରଣ୍ଡାରେ ଗୁପ୍ତ ଭାବରେ ଆସୁଥିବା ଏବଂ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ଦୁହେଁ ଅତି ଚତୁରତାର ସହ ଭିତରର ବାରଣ୍ଡାରେ ଶୋଇବାକୁ ଯାଇଥିଲେ। ପଞ୍ଜାବ

ସେପଟେ ପୋଲିସ କମିଶନର ନୈନିହାଲ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ଘଟଣା ସହିତ ସମ୍ପୃକ୍ତ ଥିବା ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପଞ୍ଜାବର ବାସିନ୍ଦା। ସେମାନେ ଲୋକାଲ ଟେରର୍‌ ନେଟଓ୍ବର୍କ ସହ ଜଡିତ ଅଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ଶାନ୍ତଶୃଙ୍ଖଳା ନଷ୍ଟ କରିବା। ଘଟଣାସ୍ଥଳକୁ ପୋଲିସ୍‌ ସିଲ କରିଛି ଏବଂ ସେଠାକୁ ଫରେନସିକ୍‌ ଟିମ୍‌କୁ ପଠାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ