Masthead

ବ୍ରିଜଭୂଷଣଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମହିଳା ରେସଲରଙ୍କୁ ଯୌନ ଶୋଷଣ ଘଟଣା । ଦିଲ୍ଲୀ ପୋଲିସ ନିକଟରେ ହାଜର ହେଲେ ବ୍ରିଜଭୂଷଣ ଶରଣ ସିଂ । ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବୟାନ ରେକର୍ଡ କରିଛି। ଏହା ସହିତ ତାଙ୍କୁ କିଛି ଦସ୍ତାବିଜ ବି ମଗାଯାଇଛି। ଆବଶ୍ୟକ ହେଲେ ପୁଣିଥରେ ବୟାନ ରେକର୍ଡ କରାଯାଇପାରେ ବୋଲି ସୂଚନା ମିଳିଛି । ବ୍ରିଜ ଭୂଷଣଙ୍କ ଉପରେ ଲାଗିଥିବା ଅଭିଯୋଗକୁ ସେ ପୋଲିସ ସାମ୍ନାରେ ଖଣ୍ଡନ କରିଛନ୍ତି।

ବ୍ରିଜଭୂଷଣ ଶରଣ ସିଂ ଦିଲ୍ଲୀ ପୋଲିସର ଏସଆଇଟି ଆଗରେ ତାଙ୍କ ବୟାନ ରେକର୍ଡ କରିଛନ୍ତି।  ବ୍ରିଜ ଭୂଷଣ ଶରଣ ସିଂଙ୍କ ବ୍ୟତୀତ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସହକାରୀ ସଚିବ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସେପଟେ ଦିଲ୍ଲୀ ଜନ୍ତରମନ୍ତର ଠାରେ ୨୦ ଦିନରେ ପହଞ୍ଚିଲାଣି କୁସ୍ତି ଯୋଦ୍ଧାଙ୍କ ଧାରଣା । ବ୍ରିଜଭୂଷଣଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟା ଧିମା ହେଉଥିବାରୁ କୁସ୍ତିଯୋଦ୍ଧାମାନେ ଅସନ୍ତୋଷ ଜାହିର କରିଛନ୍ତି । ଯାହାକୁ ନେଇ ଗୁରୁବାର କଳାଦିବସ ପାଳନ କରିଛନ୍ତି କୁସ୍ତିଯୋଦ୍ଧା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ