ଚାନ୍ଦବାଲି ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ଆହାର କେନ୍ଦ୍ରରୁ ମୁଁହ ଫେରାଉଛନ୍ତି ଗରିବ ଲୋକ । ଚାନ୍ଦବାଲିରେ ଏକମାତ୍ର ଆହାର କେନ୍ଦ୍ରକୁ ପରିଦର୍ଶନ କରିଥିଲେ ଭଦ୍ରକ ସହରାଞ୍ଚଳ ପ୍ରକଳ୍ପ ନିର୍ଦେଶକ ମାନସ ରଞ୍ଜନ ରାୟ । ତାଙ୍କ ସହ ଥିଲେ ଚାନ୍ଦବାଲି ଏନଏସି ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ । ଏହି ପରିଦର୍ଶନ ସମୟରେ ଆହାର କେନ୍ଦ୍ରକୁ ଆସିଥିବା ଲୋକମାନେ ଖାଦ୍ୟର ମାନକୁ ଦେଖାଇଥିଲେ । ପରିବା ବଦଳରେ ଖାଲି ଡାଲମାରୁ ଖାଲି ଆଳୁ ଓ ତେଜପତ୍ର ବାହାରୁଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଚାନ୍ଦବାଲି ଆହାର କେନ୍ଦ୍ରକୁ ତିନିଶହ ମିଲ ପାଇଁ ଆଦେଶ ଥିବାବେଳେ ଏଠାରେ ପଚାଶରୁ ଷାଠିଏ ମିଲ ବାଣ୍ଟୁାଯାଉଛି । ସେହିପରି ରୋଷେଇ ଘର ଥିଲେ ମଧ୍ୟ୍ୟ ରୋଷେଇ ଅନ୍ୟତ୍ର ହେଉଥିବା ଏବଂ ରୋଷେଇ ଘରେ ତାଲା ଝୁଲିଥିବା ଦେଖିବାକୁ ମିଳିଛି । ଚାନ୍ଦବାଲିରେ ଦିନ ଏଗାରଟା ସମୟରେ ଖାଦ୍ୟ ନମିଳିବା, ଟୋକନ ସରିଯିବା ଭଳି ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଚାନ୍ଦବାଲି ବାସିନ୍ଦାଙ୍କ ଅଭିଯୋଗ ତୁରନ୍ତ ଆହାର କେନ୍ଦ୍ର ଦାୟିତ୍ୱରେ ଥିବା ସଂସ୍ଥାକୁ ବଦଳି କରିବା ସହିତ ନୂତନ ସଂସ୍ଥାକୁ ଦାୟିତ୍ୱ ଦିଆଯାଉ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!