Masthead

ସ୍ଲୋଗାନରେ ସୀମିତ ସରକାରୀ ଯୋଜନା

ସାରସକଣା (ବଡ଼ ଖବର ବ୍ୟୁରୋ): ଗାଁର ବିକାଶ ପାଇଁ ସରକାର କରିଛନ୍ତି ମାଳମାଳ ଯୋଜନା । କିନ୍ତୁ ତାହା କେବଳ କାଗଜକଲମରେ ସୀମିତ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ସରକଣା ବ୍ଲକର ଜୋଗିତଫାଗାଁକୁ ନାହିଁ ରାସ୍ତା । ଗମନାଗମନର ମାଧ୍ୟମ ସାଜିଛି ବାଉଁଶ ତିଆରି ପୋଲ । ଦୈନନ୍ଦିନ ବଜାର ହେଉ କି ପଞ୍ଚାୟତରୁ ଚାଉଳ ଓ ଭତ୍ତା ପାଇଁ ଗ୍ରାମବାସୀ ଏହି ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି । ସରକାରଙ୍କ ଗାଁକୁ କାମ ମା’କୁ ସମ୍ମାନର ନାରା ଦେଉଥିବା ସରକାର କେବଳ ସ୍ଲୋଗାନରେ ହିଁ ସୀମିତ ରହିଛି । ଏହି ବାଉଁଶ ପୋଲ ଦେଇ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ । ଗର୍ଭବତୀଙ୍କୁ ବାଉଁଶ ପୋଲ ଦେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଉଛନ୍ତି ଗ୍ରାମବାସୀ । ବର୍ଷାଦିନ ଆସିଲେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଜୋଗିତଫା ଗାଁ ଲୋକେ । ସମସ୍ୟା ସମ୍ପର୍କରେ ବ୍ଲକ ଅଫିସ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ଗୁହାରୀ କରି ଥିଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି ଗ୍ରମବାସୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା