Masthead

ଶବ ରଖି ଧାରଣା, ଲୁଚିଛନ୍ତି ବନ ଅଧିକାରୀ

ବାଣପୁର(ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଡାକ୍ତରଖାନା ଆଗରେ ଶବ ରଖି ଧାରଣା ଦେଇଛନ୍ତି ନୟାଗଡ଼ ଜିଲ୍ଲାର ଲୋକମାନେ । ମଙ୍ଗଳବାରଠାରୁ ଏହି ଧାରଣା ଚାଲିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ କରାଇପାରୁନି ପ୍ରଶାସନ । ବାଲୁଗାଁ ବନଖଣ୍ଡର ବରବରା ଜଙ୍ଗଲରେ ବନ କର୍ମଚାରୀଙ୍କ ମାଡ଼ରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଲଗାଁର ଭାଗୀରଥି ବେହେରାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଭାଗୀରଥିଙ୍କ ସ୍ତ୍ରୀ ପ୍ରତିମା ବେହେରା ଏଭଳି ଗୁରୁତର ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ବନ କର୍ମଚାରୀଙ୍କ ଗିରଫ ଓ କ୍ଷତି କ୍ଷତିପୂରଣ ଦାବିରେ ପ୍ରତିମା ଓ ତାଙ୍କ ସମ୍ପର୍କୀୟମାନେ ଦେଇଛନ୍ତି ଧାରଣା । ମଙ୍ଗଳବାରଠାରୁ ଧାରଣା ଚାଲିଥିଲେ ମଧ୍ୟ ବନ ବିଭାଗ ବରିଷ୍ଠ ଅଧିକାରୀମାନେ ଲୁଚିଛନ୍ତି ବୋଲି ପ୍ରତିମା ଗଣମାଧ୍ୟମକୁ କହିଛନ୍ତି । ଘଟଣା ସମ୍ପର୍କରେ ‘ବଡ଼ ଖବର’ର ବାଣପୁର ପ୍ରତିନିଧି ବନ ବିଭଗର ବରିଷ୍ଠ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ପାଟି ଖୋଲୁନାହାନ୍ତି । ଉତ୍ତେନା ଲାଗିରହିଥିବାରୁ ଡାକ୍ତରଖାନା ପରିସରରେ ପୁଲିସ ମୁତୟନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା