Masthead

ପ୍ଲେ ଅଫରେ ପହଞ୍ଚିଲା ଗୁଜରାଟ, ରେସରୁ ହାଇଦ୍ରାବାଦ ଆଉଟ

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ଆଇପିଏଲର ୬୨ତମ ମ୍ୟାଚରେ ଗୁଜୁରାଟ ୩୪ ରନରେ ବିଜୟୀ । ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ୩୪ ରନରେ ବିଜୟ ହାସଲ କରିଛି ଗୁଜୁରାଟ ଟାଇଟନ୍ସ । ତେବେ ଏହି ବିଜୟ ସହିତ ଆଇପିଏଲରେ ପ୍ରଥମ ଟିମ ଭାବେ ପ୍ଲେ ଅଫରେ ପହଞ୍ଚିଲା ଗୁଜରାଟ । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ପରେ ଦ୍ୱିତୀୟ ଦଳ ଭାବେ ପ୍ଲେ ଅଫ ରେସରୁ ବାଦ ପଡ଼ିଛି ହାଇଦ୍ରାବାଦ । ନିର୍ଦ୍ଧାରିତ ୨୦ ଓଭରରେ ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୮୮ ରନ କରିଥିଲା ।

ହେଲେ ହାଇଦ୍ରାବାଦ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦ ଓଭରରେ ୯ ଉଇକେଟ ହରାଇ ୧୫୪ ରନ୍ କରି ପରାଜିତ ହୋଇଥିଲା। ୧୮୯ ରନ୍ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ୫୯ ରନ୍ରେ ୭ ବ୍ୟାଟରଙ୍କୁ ହରାଇଥିଲା। ହେଲେ ହେନରିଚ୍ କ୍ଲାସେନଙ୍କ ୬୪ ଓ ଭୁବନେଶ୍ୱର କୁମାରଙ୍କ ୨୭ ରନ୍ ସହାୟତାରେ ଅଷ୍ଟମ ୱିକେଟରେ ୬୮ ରନ୍ କରି ପରାଜୟ ବ୍ୟବଧାନ କମ୍ କରିଥିଲେ। ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ଓ ମୋହିତ ଶର୍ମା ୪ଟି ଲେଖାଏ ଓ ୟଶ ଦୟାଲ ଗୋଟିଏ ୱିକେଟ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼