ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ଆଇପିଏଲର ୬୫ ତମ ମ୍ୟାଚରେ ବିରାଟ କୋହଲିଙ୍କ ଷଷ୍ଠ ଶତକ ବଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୫ୱିକେଟ ହରାଇ ୧୮୬ ରନ୍ କରିଥିଲା । ହେଲେ ଦ୍ୱିତୀୟ ପାଳିରେ ବିରାଟ କୋହଲିଙ୍କ ଶତକ ଓ ଫାଫ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ୧୯.୧ ଓଭରରେ ୨ ୱିକେଟ ହରାଇ ୮ ୱିକେଟରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ଅନ୍ୟପଟେ ହାଇଦ୍ରାବାଦର ଦୁଇ ଓପନର ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ ୨୭ ରନ୍ ଯୋଡିଥିଲେ ହେଁ ମାତ୍ର ୩ ବଲ ବ୍ୟବଧାନରେ ଉଭୟ ମାଇକେଲ ବ୍ରେସ୍ୱେଲଙ୍କ ଶିକାର ହୋଇଥିଲେ । ଆରସିବି ପକ୍ଷରୁ ମହମ୍ମଦ ସିରାଜ ଓ ମିଚେଲ ବ୍ରେସୱେଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସିରାଜ ୪ ଓଭରରେ କେବଳ ୧୭ ରନ ବ୍ୟୟରେ ଗୋଟିଏ ୱିକେଟ ହାତେଇଥିବା ବେଳେ ୨ ଓଭରରୁ ୧୩ ରନ କରି ୨ଟି ୱିକେଟ ନେଇଥିଲେ ବ୍ରେସୱେଲ । ଅନ୍ୟମାନଙ୍କ ମଧ୍ୟରେ ଶାହବାଜ ଅହମ୍ମଦ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।
ଏହାପରେ ୧୮୭ ରନର ବଡ଼ ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ଆରସିବିର ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି ଆରମ୍ଭରୁ ହିଁ ହାଇଦ୍ରାବାଦ ବ୍ୟାଟରଙ୍କୁ ଆକ୍ରମଣ କରିଥିଲେ । ଧୂଆଁଧାର ପ୍ରଦର୍ଶନ କରି ବିରାଟ କୋହଲି ୬୩ ବଲରୁ ନିଜ ଆଇପିଏଲ କ୍ୟାରିୟରର ଷଷ୍ଠ ଶତକ ହାସଲ କରି ପାଭିଲିୟନ ଫେରିଥିଲେ । ଏଥିରେ ୪ ଛକା ଓ ୧୨ ଚୌକା ସାମିଲ ଥିଲା । ଅନ୍ୟପଟେ ୪୭ ବଲରୁ ୭ ଚୌକା ଓ ୨ ଛକା ବଳରେ ୭୧ ରନ କରି ମ୍ୟାଚକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ ଅଧିନାୟକ ଡୁପ୍ଲେସିସ । ଏହାପରେ ମାକ୍ସୱେଲ ଓ ବ୍ରେସୱେଲ ଦଳକୁ ବିଜୟୀ କରାଇଥିଲେ ।