ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅଧିକାଂଶ ଜିଲ୍ଲାରେ ୪୨ ଡିଗ୍ରୀ ଉପରେ ପାରଦ ରହିବ । ସେପଟେ ଉପକୂଳ ଓଡ଼ିଶାରେ ସକ୍ରିୟ ହେଉଛି କାଳବୈଶାଖୀ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନ ଦିଗରେ ଗତି କରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।
ପାଗ ଅନୁକୂଳ ଥିବାରୁ ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ ଏହା ସମାନ ଦିଗରେ ଗତି କରି ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅଧିକାଂଶ ଅଂଶ ଛୁଇଁବାର ସମ୍ଭାବନା ରହିଛି । ଅନ୍ୟପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି । ଦିନରେ ଖରା ସହିତ ଅପରାହ୍ନରେ ପ୍ରବଳ ବର୍ଷା ହେଉଛି । ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ।