Masthead

ଚିନ୍ତା ବଢ଼ାଉଛି ହିଣ୍ଡାଲକୋ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଫ୍ଲୋରାଇଡ୍ ଗ୍ୟାସ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନେ ଆଜି ତହସିଲଦାଙ୍କୁ ଘେରିଛନ୍ତି । କ୍ଷତିପୂରଣ ରିପୋର୍ଟ ଦାବିରେ ତହସିଲ କାର୍ଯ୍ୟାଳୟରେ ଉତ୍ୟକ୍ତ ଚାଷୀ ଏକାଠି ହୋଇଛନ୍ତି । ପ୍ରତିବର୍ଷ ହିରାକୁଦ ହିଣ୍ଡାଲକୋ କମ୍ପାନୀରୁ ନିର୍ଗତ ଫ୍ଲୋରାଇଡ଼ ଗ୍ୟାସ କାରଣରୁ ଚାଷୀଙ୍କ ଏକର ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଥାଏ । ଯାହାକୁ ନେଇ ଗ୍ରୀନ ଟ୍ରିବୁନାଲ ତରଫରୁ ହିଣ୍ଡାଲକୋକୁ ୫୦ ଲକ୍ଷ ଟଙ୍କାର ଫାଇନ୍ ମଧ୍ୟ କରାଯାଇଥିଲା । ତା ସତ୍ୱେ ଏ ବାବଦରେ ସ୍ଥାୟୀ ସମାଧାନ ହୋଇପାରି ନାହିଁ । ବାରମ୍ବାର ଫ୍ଲୋରାଇଡ୍ ଗ୍ୟାସ ହିଣ୍ଡାଲକୋ କମ୍ପାନୀରୁ ନିର୍ଗତ ହେଉଥିବାରୁ ଚାଷୀମାନେ କୃଷି ଅଧିକାରୀ, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଆସୁଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅଗଷ୍ଟ ୨୮ରେ କୃଷି ଅଧିକାରୀ ଫ୍ଲୋରାଇଡ ଗ୍ୟାସ ନିର୍ଗତ ହେଉଥିବା ଅଞ୍ଚଳ ପରିଦର୍ଶନ କରିଥିଲେ । ଚାଷୀଙ୍କ ସମସ୍ତ ତଥ୍ୟ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । କିନ୍ତୁ କ୍ଷୟକ୍ଷତିର ରିପୋର୍ଟ ତହସିଲଦାର ଜିଲ୍ଲାପାଳଙ୍କୁ ପ୍ରଦାନ କରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ତୁରନ୍ତ ସମସ୍ତ ରିପୋର୍ଟ ପ୍ରଦାନ ସହ କ୍ଷୟକ୍ଷତିର ଆର୍ଥିକ ସହାୟତା ଦେବା ପାଇଁ ଚାଷୀଙ୍କ ତରଫରୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା