ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନୀ ଡ୍ରୋନ ଖସାଇଛନ୍ତି ଭାରତୀୟ ଯବାନ । ପଞ୍ଜାବର ଅମୃତସରରେ ଗୋଟାଏ ପାକିସ୍ତାନୀ ଡ୍ରୋନକୁ ଗୁଳିମାରି ଖସାଇଛନ୍ତି ଯବାନ । ଏହା ସହିତ ନିଶାଦ୍ରବ୍ୟ ଅଛି ବୋଲି ସନ୍ଦେହ ହେଉଥିବା ଗୋଟାଏ ବ୍ୟାଗ୍ ଉଦ୍ଧାର କରିଥିବା ବିଏସଏଫ୍ ଯବାନମାନେ କହିଛନ୍ତି। ଗତ ୨ ଦିନ ମଧ୍ୟରେ ୪ଟି ପାକିସ୍ତାନୀ ଡ୍ରୋନ ଖସାଇଛନ୍ତି ଯବାନ ।