Masthead

ଆଜିଠୁ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ଆଜିଠୁ ବଦଳାଇ ପାରିବେ ୨ହଜାର ଟଙ୍କିଆ ନୋଟ । ସମସ୍ତ ରାଷ୍ଟ୍ରାୟତ, ଘରୋଇ ବ୍ୟାଙ୍କରେ ମିଳିବ ସୁବିଧା । ସେପ୍ଟେମ୍ବର ୩୦ ଯାଏଁ ଚାଲିବ ଏହି ପ୍ରକ୍ରିୟା । ଟଙ୍କା ବଦଳ ପାଇଁ ଦରକାର ପଡିବନି ପରିଚୟ ପତ୍ର । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି । କେମିତି ୨ହଜାର ଟଙ୍କା ବଦଳାଇବେ, ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଦେଖା ଦେଇଛି । ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଲୋକେ ସବୁ ବ୍ୟାଙ୍କରେ ୨ ହଜାର ନୋଟ ବଦଳାଇ ପାରିବେ କିମ୍ବା ଜମା କରିପାରିବେ ।

ଥରକରେ ଜଣେ ୧୦ ଖଣ୍ଡ ୨ହଜାର ଟଙ୍କିଆ ନୋଟ ବଦଳାଇପାରିବ । କିନ୍ତୁ ୫୦ହଜାର ଟଙ୍କାରୁ ଅଧିକ ୨ହଜାର ଟଙ୍କିଆ ନୋଟ ବଦଳାଇଲେ ପାନକାର୍ଡ ତଥ୍ୟ ଦେବାକୁ ପଡିବ । ରିର୍ଜଭ ବ୍ୟାଙ୍କ ଗଭର୍ନର କହିଛନ୍ତି ୨୦୦୦ ଟଙ୍କିଆ ନୋଟ ବଦଳାଇବା କିମ୍ବା ଜମା କରିବାର ସମୟସୀମା ଆବଶ୍ୟକ ପଡ଼ିଲେ ବୃଦ୍ଧି କରାଯାଇପାରେ । ବର୍ତ୍ତମାନ ୪ ମାସ ସମୟ ଥିବାରୁ ଲୋକେ ବ୍ୟାଙ୍କରେ ଭିଡ଼ ନ ଜମାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତା ୪ ମାସ ମଧ୍ୟରେ ୩.୬ ଲକ୍ଷ କୋଟିର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିବ ବୋଲି ଆରବିଆଇ ଗଭର୍ନର ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ