Masthead

ପାନୀୟ ଜଳ ପାଇଁ ଡହଳବିକଳ

ପାରାଦ୍ଵୀପ, (ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ପାନୀୟ ଜଳ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲୁଛନ୍ତି । କିନ୍ତୁ ତାହା ସଠିକ ସ୍ଥାନରେ ପହଞ୍ଚିପାରୁଛି କି ନାହିଁ ତାହା ଉପରେ ନାହିଁ କାହାର ନଜର । ସ୍ୱଚ୍ଛ ପାନୀୟ ଜଳ ଟୋପେ ପାଇଁ ଆଜି ମଧ୍ୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତବାସୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପାରାଦ୍ଵୀପ ଉପକଣ୍ଠ ବିଶ୍ୱାଳି ପଞ୍ଚାୟତର କୋଲଡିଆ ଗ୍ରାମରେ। ଆଧୁନିକ ଯୁଗରେ ଆଜି ବି ବର୍ଷା ପାଣି ଛାଣି ପିଇ ଶୋଷ ମେଣ୍ଟାଉଛନ୍ତି। ଏହି ଘଟଣାଟି ଶୁଣିବାକୁ ଯେତିକି ଆଶ୍ଚର୍ୟ୍ୟ ଲାଗୁଛି ସେତିକି ଚକିତ ମଧ୍ୟ କରିଦେଉଛି। ବନ୍ଦର ନଗରୀର ପ୍ରବେଶ ଦ୍ଵାରରେ ରହି ମଧ୍ୟ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ଦୀର୍ଘ ବର୍ଷ ହବ ଏହି ପଞ୍ଚାୟତରେ ଲାଗି ରହିଛି ପାନୀୟ ଜଳ ସମସ୍ୟା।

ବିଶେଷ କରି କୋଲଡିଆ ଗ୍ରାମରେ ଥିବା ଶତାଧିକ ପରିବାରର ମହିଳା ମନେ ଗୋଟିଏ କିଲୋମିଟରରୁ ଉର୍ଦ୍ଧ୍ୱ ବାଟ ଚାଲି ଚାଲି ଯାଉଛନ୍ତି ଟୋପାଏ ପିଇବା ପାଣି ପାଇଁ। କାରଣ ଗାଁରେ ଥିବା ସମସ୍ତ ସରକାରୀ ନଳକୂଅରୁ କେଉଁଠି ଆଇରନ୍ ଯୁକ୍ତ ପାଣି ବାହାରୁଛି ତ କେଉଁଠୁ ଲୁଣିଆ ଓ ଖାର ପାଣି ବାହାରୁଛି। ସରକାରୀ ବାବୁଙ୍କୁ ଠାରୁ ଆରମ୍ଭ କରି ରାଜନେତାଙ୍କୁ ବାରମ୍ବାର ଗୁହାରି କରି ଥକି ପଡିଲେଣି ଗ୍ରାମବାସୀ। ଅନ୍ୟପଟେ, ପଞ୍ଚାୟତରେ ପ୍ରାୟ ଅଢେଇ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇପାରିଲା ନାହିଁ। କେବେ ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ଏବଂ ପଞ୍ଚାୟତ ବାସୀଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ ତାହା ଉପରେ ସମସ୍ତଙ୍କର ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ