Masthead

ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ୧୯ ଦଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସଂସଦ ଭବନ ଉଦଘାଟନ ବିବାଦ । ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ୧୯ ଦଳ । କଂଗ୍ରେସର ମଲ୍ଲିକାର୍ଜ୍ଜୁନ ଖଡଗେ, ଡିଏମକେ-ଏମକେ ଷ୍ଟାଲିନ, ଆପର ଅରବିନ୍ଦ କେଜ୍ରିୱାଲ, ଶିବସେନାର ଉଦ୍ଧବ ଠାକରେ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ସିପିଆଇର ଡି. ରାଜା, ଜେଏମଏମରୁ ଶିବୁ ସୋରେନ, କେରଳ କଂଗ୍ରେସର କେ ସୁଧାକରନ, ରାଷ୍ଟ୍ରୀୟ ଲୋକଦଳର ଡ଼. ସୁଭାଷ ଗର୍ଗ, ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, ଜେଡିୟୁର ନୀତୀଶ କୁମାର, ସିପିଆଇ (ଏମ୍)ର ସୀତାରାମ ୟେଚୁରୀ, ଆରଜେଡି-ଲାଲୁ ପ୍ରସାଦ ଯାଦବ ପ୍ରମୁଖ ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ।

ସେପଟେ କଂଗ୍ରେସ କହିଛି ରାଷ୍ଟ୍ରପତି ଦେଶ ଓ ସଂସଦର ମୁଖ୍ୟ । ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ । ସେପଟେ ବିଜେପି କହିଛି ସରକାରର ମୁଖ୍ୟ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭୂମି ପୂଜା କରିଛନ୍ତି, ସେ ଉଦଘାଟନ କରିବେ । ମେ’ ୨୮ରେ ଉଦଘାଟିତ ହେବ ନବ ନିର୍ମିତ ସଂସଦ ଭବନ । ମାତ୍ର ଉଦଘାଟନ ପୂର୍ବରୁ ଜୋର ଧରିଛି ରାଜନୀତି । ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ବିରୋଧୀ କଂଗ୍ରେସ ଦାବି କରୁଥିବା ବେଳେ ବିଜେପି କହିଛି କଂଗ୍ରେସ କରୁଛି ଶସ୍ତା ରାଜନୀତି । ନବ ନିର୍ମିତ ଅତ୍ୟାଧୁନିକ ସଂସଦ ଭବନ ଉଦଘାଟନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ । ଗଣତନ୍ତ୍ରର ଏହି ପବିତ୍ର ମନ୍ଦିର ଉଦଘାଟନକୁ ନେଇ ବିରୋଧୀ ଓ ଶାସକ ମଧ୍ୟରେ ଚାଲିଛି ରାଜନୀତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି