Masthead

ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବାକୁ ସମୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସର୍ମଥନ ମାମଲାରେ ଏନସିପି , ଶିବସେନା ଓ ତୃଣମୂଳ କଂଗ୍ରେସ ଓ ବିଭିନ୍ନ ରାଜନୈତିକ ଦଳ ଠାରୁ ସର୍ମଥନ ମାଗିଛନ୍ତି ।କେନ୍ଦ୍ର ଦ୍ୱାରା ଜାରୀ ଅଧ୍ୟଦେଶ ର ବିପକ୍ଷରେ ରାଜନୈତିକ ଦଳର ସର୍ମଥନ ଗୋଟେଇବାରେ ଲାଗିପଡିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପାର୍ଟିର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏହା ପୂର୍ବରୁ ଗୁରୁବାର ଏନସିପି ଅଧକ୍ଷ ଶରଦ ପାୱାରଙ୍କୁ ଭେଟିବା ପରେ ପତ୍ରକାରଙ୍କ ସହିତ କଥା ହେବା ସମୟରେ କେଜ୍ରିୱାଲ କହିଛନ୍ତି, ଏନସିପି ରାଜ୍ୟସଭାରେ ଆମ ଆଦମି ପାର୍ଟିର ସମର୍ଥନ କରିବ କାରଣ କୌଣସି ଦଳ ପାଖରେ ବହୁମତ ନାହିଁ । ସେ ଆହୁରୀ ମଧ୍ୟ କହିଛନ୍ତି ଅଧ୍ୟଦେଶ ଦେଶର ଢାଞ୍ଚାକୁ ପ୍ରଭାବିତ କରିଛି ।ଆମ ଆଦମି ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କହିଛନ୍ତି ଯଦି ପ୍ରତ୍ୟକ ଦଳ ଏକଜୁଟ ହୁଏ ତେବେ କେନ୍ଦ୍ର ସରକାରକୁ ଅଧ୍ୟଦେଶ ର ସ୍ଥାନକୁ ଆଣିଥିବା ବିଧାୟକଙ୍କୁ ରାଜ୍ୟସଭା ରେ ପାରିତ ହେବାରେ ରୋକା ଯାଇପାରିବ । ଏହା ରାଜନୀତିର ନୁହେଁ ବରଂ ଦେଶର ମାମଲା ଅଟେ । ଓ ଦେଶକୁ ଭଲପାଉଥିବା ପ୍ରତ୍ୟେକ ଦଳକୁ ଏକାଠି ହେବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ