Masthead

କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର

ଭଦ୍ରକ (ବଡ଼ ଖବର ବ୍ୟୁରୋ): ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା ଯାଇଥିଲେ କନିଷ୍ଠ ଯନ୍ତ୍ରୀ। ସେଠି ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ମାଡ଼ ମଧ୍ୟ ମାରିଛନ୍ତି । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗରରୁ। ଏନେଇ କନିଷ୍ଠ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଯନ୍ତ୍ରୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଗାଁ ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧାମନଗର ବ୍ଲକ୍‌ ଦୋବଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ମଲ୍ଲିକଙ୍କୁ ଡାକିଥିଲେ ସ୍ଥାନୀୟ ବିଧାୟକ ସୂର୍ଯ୍ୟବଂଶୀ ସୁରଜ।

ଡାକରା ପାଇ ଶ୍ରୀ ମଲ୍ଲିକ ଡାକ ବଙ୍ଗଳାରେ ପହଞ୍ଚି ଥିଲେ। ସେଠାରେ ଏକ କାମର ବିଲ୍‌ ବାବଦରେ ଆଲୋଚନା ହୋଇଥିଲା। ସେହି ସମୟରେ ସ୍ଥାନୀୟ ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ତାଙ୍କୁ ଗୋଇଠା ଓ ବିଧା ମାରିଥିଲେ। ସେତେବେଳେ ସେଠାରେ ବିଧାୟକ ଉପସ୍ଥିତ ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି। ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକ ଏନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ