Masthead

ଶିକାରୀ-ବନକର୍ମଚାରୀ ମୁହାଁମୁହିଁ

ଶିମିଳିପାଳ (ବଡ଼ ଖବର ବ୍ୟୁରୋ):  ଶିମିଳିପାଳରେ ଅବାଧରେ ଶିକାର ଥମିବାର ନାଁ ଧରୁ ନାହିଁ । ପୁଣି ଶିକାରୀ ଆଉ ବନ ବିଭାଗ ସାମ୍ନାସମ୍ନି । ବନବିଭାଗର ବାଙ୍ଗିରିପୋଷି ଓ ଚହଲା ରେଞ୍ଜର ଅଧିକାରୀ ଓ ବନ କର୍ମୀଚାରୀ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ଇଲାକାରେ କୁମ୍ବିଂ କରିଥିଲେ । ଏହି ସମୟରେ ବନ କର୍ମଚାରୀଙ୍କ ସହିତ ଶିକାରୀଙ୍କ ସାମ୍ନା ସାମ୍ନି ହୋଇଥିଲା। ୧୫ ରୁ ଉର୍ଦ୍ଧ୍ବ ଶିକାରୀ ମାରଣାସ୍ତ୍ର ସହ ଦେଶୀ ବନ୍ଧୁକ, ଧନୁତୀର ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ପ୍ରବେଶ କରିଥିବା ବନ କର୍ମଚାରୀମାନେ ଶିକାରୀଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ । ତେବେ ଶିକାରୀମାନେ ବନ କର୍ମଚାରୀଙ୍କ ଉପରେ ତୀର ମାଡ଼ କରିଥିଲେ ।

ଫଳରେ ବନ କର୍ମଚାରୀ ବାଧ୍ୟ ହୋଇ ଫାଙ୍କା ଗୁଳି ଚାଳନା କରିଥିଲା। ବନବିଭାଗର ଆକ୍ରଣାତ୍ମକ ପନ୍ଥା ଦେଖୀ ଶିକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଶିକାରୀ ଛାଡି ପଳାଇଥିବା ଦୁଇଟି ଦେଶୀ ବନ୍ଧୁକ ଏବଂ ଅନେକ ଧନୁ ତୀର ଓ ମାରଣାସ୍ତ୍ରକୁ ଜବତ କରିଛି ବନବିଭାଗ । ରେଞ୍ଜ ଅଧିକାରୀ ଶୈଳେନ୍ଦ୍ର କୁମାର ଦାସ ଏହି ଚଢ଼ାଉରେ ନେତୃତ୍ୱ ନେଇଥିବା ବେଳେ ଆଗକୁ ଆହୁରି ଚଢ଼ାଉ କରାଯିବ ବୋଲି କହିଛନ୍ତି। ଗତ ୨୨ ତାରିଖରେ ଶିମିଳିପାଳ ନଅଣା ରେଞ୍ଜ ରେ ଶିକାରୀଙ୍କ ଗୁଳିମାଡରେ ଜଣେ ଫରେଷ୍ଟ ଗାର୍ଡ ଶହୀଦ ହୋଇଥିଲେ ଏହି ଘଟଣା ସମଗ୍ର ଦେଶରେ ଚଂଚଲ୍ୟ ସୃଷ୍ଟି କରିଥିଲା।

ବନ୍ୟା ଜନ୍ତୁଙ୍କ ସୁରକ୍ଷା ଏବଂ ବନ କର୍ମଚାରୀ ଙ୍କ ସୁରକ୍ଷା ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରଶାସନିକ ସ୍ତରରେ ବନ କର୍ମଚାରୀ ଓ ପୋଲିସ ର ମିଳିତ ଟିମ ଗଠନ କରାଯାଇ ଶିମିଳିପାଳ ରେ ଭିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଫରେଷ୍ଟ ଗାର୍ଡ ହତ୍ୟା ମାମଲାରେ ୧୩ ଜଣ ଶିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭ ଜଣକୁ ଗିରଫ କରାଯାଇଛି। ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟ ରେ ବିଭିନ୍ନ ରେଞ୍ଜ ଅଞ୍ଚଳରେ ଶିକାର କରୁଥିବା ଅଭିଯୋଗରେ ୧୫ ରୁ ଉର୍ଦ୍ଧ୍ବ ଶିକାରୀଙ୍କୁ ଗିରଫ କରାଯିବା ସହ ଅନେକ ଦେଶୀ ବନ୍ଧୁକ ଏବଂ ଧନୁ ତୀର ଜବତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ