Masthead

ଜଳାଶୟକୁ ନେଇ ରାଜନୀତି

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ସହରରେ ଥିବା ୧୦ରୁ ଅଧିକ ଜଳାଶୟର ଅବସ୍ଥା ବେହାଲ। ପାଣି ପିଇବା ତ ଦୂରର କଥା ଗାଧୁଆ ପାଧୁଆ ବି ହୋଇ ପାରୁନି। ଅନ୍ୟପଟେ ଜଳାଶୟର ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ପଡ଼ି ରହିଥିଲେ ବି କାମ ଆଗେଇ ପାରୁନି। ଯାହାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଏନେଇ ବିଭିନ୍ନ ପାଡାର ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହାକୁ ସମର୍ଥନ କରିଛି କଂଗ୍ରେସ। ଆଗାମୀ ୧୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ନ ହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ। ସେପଟେ ପୌରଧ୍ୟକ୍ଷା କହିଛନ୍ତି, ମ୍ୟୁନିସିପାଲଟିକୁ ବଦନାମ କରିବା ପାଇଁ କରାଯାଉଛି ଷଡ଼ଯନ୍ତ୍ର । ଜଳାଶୟ ନେଇ ରାଜନୀତି। କରଙ୍ଗାକଟା ସହ ସହରର ବିଭିନ୍ନ ଜଳାଶୟ ପୁନରୁଦ୍ଧାର ପାଇଁ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଜଳାଶୟର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ସହରର ମହାରାଣୀ ସାଗର, ରାଣୀ ବନ୍ଧ, କରଙ୍ଗାକଟା ସହ ଅନେକ ପୋଖରୀର ପୁନରୁଦ୍ଧାର ପାଇଁ ୨୫ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି। କିନ୍ତୁ କାର୍ଯ୍ୟ ଆରମ୍ଭ କରିବା ତ ଦୂରର କଥା ଜିଲ୍ଲାପାଳ ଓ ପୌରାଧ୍ୟକ୍ଷା ଏନେଇ ଧ୍ୟାନ ଦେଉ ନାହାନ୍ତି। ହେଲେ ଆଗାମୀ ୧୫ ଦିନ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ କରା ନ ଗଲେ ଜିଲ୍ଲାପାଳ ଅଫିସ୍ ଓ ମୁନିସିପାଲିଟି ଅଫିସ୍ ବନ୍ଦ କରାଯିବା ବୋଲି କଗ୍ରେସ ଚେତାବନୀ ଦେଇଛି। ହେଲେ ଜଳାଶୟ ନେଇ ବିଜେଡ଼ି ରାଜନୀତି କରୁଥିବା କହିଛନ୍ତି ନଗର କଂଗ୍ରେସ ସଭାପତି ବୁଲୁ ଦାନୀ। ସେପଟେ ଜଳାଶୟ ପୁନରୁଦ୍ଧାର ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ।

ମୁନସିପାଲିଟିକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି।ହେଲେ କାଉନସିଲ ଗଠନ ଆଗରୁ ମହାରାଣୀ ସାଗର ଓ କରଙ୍ଗାକଟା ପୁନରୁଦ୍ଧାର ପାଇଁ ଟଙ୍କା ଆସିଛି। ତେବେ ଏଯାଏ ଡିପିଆର ପ୍ରସ୍ତୁତ ହୋଇ ନଥିବାରୁ କାର୍ଯ୍ୟ ଆରମ୍ଭ ହୋଇ ପାରୁନି। ଏପରିକି ମହାରାଣୀ ସାଗର ଓ କରଙ୍ଗାକଟା ଅମୃତ ୨.୦ ଯୋଜନାରେ ସାମିଲ କରିଛନ୍ତି ରାଜ୍ୟ ସରକାର। ତେଣୁ ବର୍ଷା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ବଲାଙ୍ଗିର ପୌରଧ୍ୟକ୍ଷା ଲିକା ସାହୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?