Masthead

ବନ ବିଭାଗର ବିଗ୍ ଅପରେସନ

କାମାକ୍ଷାନଗର, (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳରେ ଦିନକୁ ଦିନ ବଢିବାରେ ଳାଗିଛି ଅବୈଧ କାଠ ଚାଲାଣ । ଦିନକୁ ଦିନ କାଠ ମାଫିଆମାନେ ଖୁଲମଖୁଲା ଜଙ୍ଗଲରୁ କାଠ ଚୋରୀ କରି ଚାଲାଣ କରିବାରେ ଲାଗିଛନ୍ତି । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ବାଙ୍କମଞ୍ଜରୀ ନିକଟରେ ଆଜି ୫୦ ହଜାର ଟଙ୍କାର ଶାଳ କାଠ ସହ ଟାଟା ଏସି ଗାଡିକୁ ଜବତ କରିଛି ବନ ବିଭାଗ । ସୂଚନା ଅନୁଯାୟୀ, କଙ୍କଡ଼ାହାଡ଼ ଅଞ୍ଚଳରୁ ଏକ ଟାଟା ଏସି ଗାଡି ଚୋରା ଶାଳ କାଠ ନେଇ କାମାକ୍ଷାନଗର ଅଞ୍ଚଳକୁ ଆସୁଥିବା ବେଳେ ରେଞ୍ଜର ସତ୍ୟନାରାୟଣ ସାହୁ ଖବର ପାଇ ବାଙ୍କମଞ୍ଜରୀ ନିକଟରୁ ଗାଡିଟିକୁ ଧରିବାରେ ସଫଳ ହୋଇଥିଲେ । ତେବେ ଘଟଣା ସ୍ଥଳରେ ଗାଡି ଚାଳକ ଜଣକ ଗାଡିରୁ ଚମ୍ପଟ ମାରି ପଳାଇଯାଇଛି । ଉକ୍ତ ଅଂଚଳରେ କାଠ ମାଫିଆମାନଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ