Masthead

ବାଲେଶ୍ୱରବାସୀଙ୍କ ମାନବିକତା ସବୁଦିନ ମନେରହିବ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): କାଳ ସାଜିଲା କରମଣ୍ଡଳ । କେହି କିଛି ବୁଝିବା ପୂର୍ବରୁ ସବୁ କିଛିି ସରିଯାଇଥିଲା । ଅନ୍ଧାର ରାତିରେ ଶୁଭୁଥିଲା କାନ୍ଦବୋବାଳିର ଚିତ୍ର । ଚାରିଆଡ଼େ ଶୁଭୁଥିଲା ବଞ୍ଚିବା ପାଇଁ ଆର୍ତ୍ତଚିତ୍କାର । ଆର୍ତ୍ତଚିତ୍କାର ଶଦ୍ଦ ଶୁଣି ଷ୍ଟେସନରେ ପହଞ୍ଚିଥିଲେ ସ୍ଥାନୀୟ ଲୋକେ । ନିଜ ଉଦ୍ୟମରେ ଆହାତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚଳାଇଥିଲେ ଅପ୍ରାଣ ଉଦ୍ୟମ । ଦାଉ ସାଧିଥିଲା ଅନ୍ଧାର ରାତି । ଅଧା କିଲୋମିଟିର ଲମ୍ବିଥିବା ଦୁର୍ଘଟଣାଗସ୍ତ ଟ୍ରେନରୁ ଲୋକଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା । ତଥାପି ହାର ମାନି ନଥିଲେ ସ୍ଥାନୀୟ ଲୋକେ ଓ ସ୍ୱଚ୍ଛୋସବୀ । ଲୋକଙ୍କୁ ଉଦ୍ଧାର କରିବା ସହିତ ପ୍ରଶାସନକୁ ଖବର ଦେଇଥିଲେ । ଉଦ୍ଧାର ପାଇଁ ନିୟୋଜିତ ହୋଇଥିଲା ୧୦୦ ଆମ୍ବୁଲାନ୍ସ ଓ ୫୦ ବସ । ପାଖାପାଖି ଥିବା ସମସ୍ତ ହସ୍ପିଟାଲକୁ କରାଯାଇଥିଲା ଆଲର୍ଟ । ଲୋକେମାନେ ଆହାତଙ୍କୁ ପାଖ ମେଡ଼ିକାଲରେ ଭର୍ତ୍ତ କରିଥିଲେ । ଆହତ ଯାତ୍ରୀଙ୍କ ଆଶୁ ଚିକିତ୍ସା ପାଇଁ କଟକ ଏସସିବି, ବାଲେଶ୍ୱର ମେଡ଼ିକାଲ କଲେଜ, ଭଦ୍ରକ ଓ ଯାଜପୁର ମେଡିକାଲ ସମେତ ଆଖପାଖ ସମସ୍ତ ମେଡ଼ିକାଲକୁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ କିଛି ଯାତ୍ରୀଙ୍କୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଭୁବନେଶ୍ୱର ଏମସ କୁ ମଧ୍ୟ ଚିକିତ୍ସା ପଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । କଟକ ଏସସିବିରୁ ୩୦ ଜଣିଆ ବିଶେଷଜ୍ଞ ଟିମ ବାଲେଶ୍ୱର ପହଞ୍ଚିଥିଲେ । ସେପଟେ ଅନ୍ଧାର ରାତି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତଥାପି ଶତାଧିକ ମୃତାହାତଙ୍କୁ ବଗି ଭିତରୁ, ତଳୁ ଓ ଆଖପାଖରୁ ବାହାର କରାଯାଇଥିଲା । ରାତି ତମାମ ଚାଲିଥିଲା ଉଦ୍ଧାର କାର୍ଯ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼