Masthead

ବାଲେଶ୍ୱରବାସୀଙ୍କ ମାନବିକତା ସବୁଦିନ ମନେରହିବ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): କାଳ ସାଜିଲା କରମଣ୍ଡଳ । କେହି କିଛି ବୁଝିବା ପୂର୍ବରୁ ସବୁ କିଛିି ସରିଯାଇଥିଲା । ଅନ୍ଧାର ରାତିରେ ଶୁଭୁଥିଲା କାନ୍ଦବୋବାଳିର ଚିତ୍ର । ଚାରିଆଡ଼େ ଶୁଭୁଥିଲା ବଞ୍ଚିବା ପାଇଁ ଆର୍ତ୍ତଚିତ୍କାର । ଆର୍ତ୍ତଚିତ୍କାର ଶଦ୍ଦ ଶୁଣି ଷ୍ଟେସନରେ ପହଞ୍ଚିଥିଲେ ସ୍ଥାନୀୟ ଲୋକେ । ନିଜ ଉଦ୍ୟମରେ ଆହାତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚଳାଇଥିଲେ ଅପ୍ରାଣ ଉଦ୍ୟମ । ଦାଉ ସାଧିଥିଲା ଅନ୍ଧାର ରାତି । ଅଧା କିଲୋମିଟିର ଲମ୍ବିଥିବା ଦୁର୍ଘଟଣାଗସ୍ତ ଟ୍ରେନରୁ ଲୋକଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା । ତଥାପି ହାର ମାନି ନଥିଲେ ସ୍ଥାନୀୟ ଲୋକେ ଓ ସ୍ୱଚ୍ଛୋସବୀ । ଲୋକଙ୍କୁ ଉଦ୍ଧାର କରିବା ସହିତ ପ୍ରଶାସନକୁ ଖବର ଦେଇଥିଲେ । ଉଦ୍ଧାର ପାଇଁ ନିୟୋଜିତ ହୋଇଥିଲା ୧୦୦ ଆମ୍ବୁଲାନ୍ସ ଓ ୫୦ ବସ । ପାଖାପାଖି ଥିବା ସମସ୍ତ ହସ୍ପିଟାଲକୁ କରାଯାଇଥିଲା ଆଲର୍ଟ । ଲୋକେମାନେ ଆହାତଙ୍କୁ ପାଖ ମେଡ଼ିକାଲରେ ଭର୍ତ୍ତ କରିଥିଲେ । ଆହତ ଯାତ୍ରୀଙ୍କ ଆଶୁ ଚିକିତ୍ସା ପାଇଁ କଟକ ଏସସିବି, ବାଲେଶ୍ୱର ମେଡ଼ିକାଲ କଲେଜ, ଭଦ୍ରକ ଓ ଯାଜପୁର ମେଡିକାଲ ସମେତ ଆଖପାଖ ସମସ୍ତ ମେଡ଼ିକାଲକୁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ କିଛି ଯାତ୍ରୀଙ୍କୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଭୁବନେଶ୍ୱର ଏମସ କୁ ମଧ୍ୟ ଚିକିତ୍ସା ପଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । କଟକ ଏସସିବିରୁ ୩୦ ଜଣିଆ ବିଶେଷଜ୍ଞ ଟିମ ବାଲେଶ୍ୱର ପହଞ୍ଚିଥିଲେ । ସେପଟେ ଅନ୍ଧାର ରାତି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତଥାପି ଶତାଧିକ ମୃତାହାତଙ୍କୁ ବଗି ଭିତରୁ, ତଳୁ ଓ ଆଖପାଖରୁ ବାହାର କରାଯାଇଥିଲା । ରାତି ତମାମ ଚାଲିଥିଲା ଉଦ୍ଧାର କାର୍ଯ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ