ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ସେ ଏମ୍ସ ଅଭିମୁଖେ ଯାଇଛନ୍ତି। ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଏହି ଅବସରରେ ସେ ଭୁବନେଶ୍ୱର ଏବଂ ବାଲେଶ୍ୱରରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିବେ। ଏହାପରେ ଭୁବନେଶ୍ୱରରେ ସମୀକ୍ଷା ବୈଠକ ହେବ। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଆବଶ୍ୟକତା ନେଇ ଆଲୋଚନା ହେବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହାଛଡ଼ା ସେ କଟକ ବଡ଼ ମେଡିକାଲକୁ ମଧ୍ୟ ଯିବେ।