Masthead

“ସିବିଆଇ ତଦନ୍ତରୁ କିଛି ମିଳିବ ନାହିଁ “

କୋଲିକତା(ବଡ଼ ଖବର ବ୍ୟୁରୋ): ବାହାନଗା ରେଳ ଟ୍ରାଜେଡିର ସିବିଆଇ ତଦନ୍ତକୁ ନାପସନ୍ଦ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ସିବିଆଇ ଅପରାଧିକ ମାମଲାର ତଦନ୍ତ କରିଥାଏ । ଏହା ଏକ ଦୁର୍ଘଟଣା ମାମଲା । ଏପରି ସମୟରେ ସତ୍ୟ କ’ଣ, କାହିଁକି ଦୁର୍ଘଟଣା ଘଟିଲା ତାହା ସାମ୍ନାକୁ ଆସିବା ନିହାତି ଆବଶ୍ୟକ । ସେ ରେଳମନ୍ତ୍ରୀ ଥିବା ସମୟରେ ହୋଇଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ସେ ନିଜେ ସିବିଆଇକୁ ଦେବା ପାଇଁ କହିଥିଲେ ।

ସିବିଆଇ ତଦନ୍ତ ମଧ୍ୟ କଲା, ହେଲେ ୧୨ ବର୍ଷ ପରେ ମଧ୍ୟ ଫଳାଫଳ କିଛି ଆସିଲା ନାହିଁ ବୋଲି ମମତା କହିଛନ୍ତି । ଆଜି ପଶ୍ଚିମବଙ୍ଗର କିଛି ମୃତକଙ୍କ ମୃତଦେହ କୋଲକାତାରେ ପହଞ୍ଚିଥିଲା । ଦିଦି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବେ ମଧ୍ୟ କିଛି ପଶ୍ଚିମବଙ୍ଗର ଆହତ ଭୁବନେଶ୍ବର ଓ କଟକରେ ଚିକିତ୍ସାଧୀନ ରହିଛନ୍ତି ।ପୂର୍ବରୁ ୩ ଥର ରେଳ ମନ୍ତ୍ରୀ ରହିସାରିଥିବା ମମତା ଏହି ଦୁର୍ଘଟଣାର ପ୍ରଥମ ଦିନରୁ ସରକାରଙ୍କୁ ବିଭିନ୍ନ ଦିଗ ନେଇ ଘେରିବାରେ ଲାଗିଛନ୍ତି ।

ପ୍ରଥମେ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ମମତା ଅଭିଯୋଗ କରିଥିଲେ । ପରେ ଚେନ୍ନାଇ-ହାଓ୍ବଡା ରୁଟରେ କାହିଁକି ‘କବଚ’ ସିଷ୍ଟମ ନଥିଲା ବୋଲି ପ୍ରଶ୍ନ ଉଠାଇଥିଲେ । ଦୁର୍ଘଟଣା ପର ଦିନ ସିଧା ବାଲେଶ୍ବର ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ମମତା । ତେବେ ପୁଣି ଆସନ୍ତା ବୁଧବାର ଓଡ଼ିଶା ଆସିବେ ଦିଦି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ