Masthead

“ସିବିଆଇ ତଦନ୍ତରୁ କିଛି ମିଳିବ ନାହିଁ “

କୋଲିକତା(ବଡ଼ ଖବର ବ୍ୟୁରୋ): ବାହାନଗା ରେଳ ଟ୍ରାଜେଡିର ସିବିଆଇ ତଦନ୍ତକୁ ନାପସନ୍ଦ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ସିବିଆଇ ଅପରାଧିକ ମାମଲାର ତଦନ୍ତ କରିଥାଏ । ଏହା ଏକ ଦୁର୍ଘଟଣା ମାମଲା । ଏପରି ସମୟରେ ସତ୍ୟ କ’ଣ, କାହିଁକି ଦୁର୍ଘଟଣା ଘଟିଲା ତାହା ସାମ୍ନାକୁ ଆସିବା ନିହାତି ଆବଶ୍ୟକ । ସେ ରେଳମନ୍ତ୍ରୀ ଥିବା ସମୟରେ ହୋଇଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ସେ ନିଜେ ସିବିଆଇକୁ ଦେବା ପାଇଁ କହିଥିଲେ ।

ସିବିଆଇ ତଦନ୍ତ ମଧ୍ୟ କଲା, ହେଲେ ୧୨ ବର୍ଷ ପରେ ମଧ୍ୟ ଫଳାଫଳ କିଛି ଆସିଲା ନାହିଁ ବୋଲି ମମତା କହିଛନ୍ତି । ଆଜି ପଶ୍ଚିମବଙ୍ଗର କିଛି ମୃତକଙ୍କ ମୃତଦେହ କୋଲକାତାରେ ପହଞ୍ଚିଥିଲା । ଦିଦି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବେ ମଧ୍ୟ କିଛି ପଶ୍ଚିମବଙ୍ଗର ଆହତ ଭୁବନେଶ୍ବର ଓ କଟକରେ ଚିକିତ୍ସାଧୀନ ରହିଛନ୍ତି ।ପୂର୍ବରୁ ୩ ଥର ରେଳ ମନ୍ତ୍ରୀ ରହିସାରିଥିବା ମମତା ଏହି ଦୁର୍ଘଟଣାର ପ୍ରଥମ ଦିନରୁ ସରକାରଙ୍କୁ ବିଭିନ୍ନ ଦିଗ ନେଇ ଘେରିବାରେ ଲାଗିଛନ୍ତି ।

ପ୍ରଥମେ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ମମତା ଅଭିଯୋଗ କରିଥିଲେ । ପରେ ଚେନ୍ନାଇ-ହାଓ୍ବଡା ରୁଟରେ କାହିଁକି ‘କବଚ’ ସିଷ୍ଟମ ନଥିଲା ବୋଲି ପ୍ରଶ୍ନ ଉଠାଇଥିଲେ । ଦୁର୍ଘଟଣା ପର ଦିନ ସିଧା ବାଲେଶ୍ବର ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ମମତା । ତେବେ ପୁଣି ଆସନ୍ତା ବୁଧବାର ଓଡ଼ିଶା ଆସିବେ ଦିଦି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି