Masthead

ମଞ୍ଚରେ ଦୀପ ପ୍ରଜ୍ୱଳନ ବେଳେ ଟଳିପଡିଲେ ମାଲେସିଆର ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶ୍ରୀଗଣେଶନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏମିତି ବି ଆସେ ମୃତ୍ୟୁ । ମଞ୍ଚରେ ଦୀପ ପ୍ରଜ୍ୱଳନ କରୁ କରୁ ଟଳି ପଡିଲେ ମାଲେସିଆର ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶ୍ରୀଗଣେଶନ । ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ଚାଲିଥିବା ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ କାର୍ଯ୍ୟକ୍ରମରେ  ଘଟିଛି ଏଭଳି ଦୁର୍ଘଟଣା । ମାଲେସିଆରୁ ଆସିଥିବା ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶନଙ୍କର ମୃତ୍ୟୁ ହୋଇଛି । ଗୁରୁ ଶ୍ରୀ ଗଣେଶନ ଭାରତନାଟ୍ୟମ ପରିବେଷଣ କରିଥିଲେ ।

ତାପରେ ମଂଚରେ ଥିବା ଜଗନ୍ନାଥଙ୍କ ବିଗ୍ରହ ନିକଟରେ ଅନ୍ୟ ଅତିଥିମାନଙ୍କ ସହ ଦୀପ ପ୍ରଜ୍ୱଳନ କରିଥିଲେ । ଠିକ୍ ଏତିକି ବେଳେ ହିଁ ମଞ୍ଚ ଉପରେ ଅଚେତ ହୋଇଯାଇଥିଲେ ଗୁରୁ ଶ୍ରୀଗଣେଶନ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ପ୍ରେକ୍ଷାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ