Masthead

୨୦୨୪ ହେବ ପୃଥିବୀ ଇତିହାସର ସବୁଠୁ ଉତ୍ତପ୍ତ ବର୍ଷ

ଆମେରିକା (ବଡ଼ ଖବର ବ୍ୟୁରୋ): ବଦଳୁଛି ପାଣିପାଗ । ବିଶ୍ୱ ପାଣିପାଗରେ ଘଟୁଛି ପରିବର୍ତ୍ତନ । ବିଶ୍ୱ ସମୁଦାୟ ସଚେତନ ନ ହେଲେ ପରିଣତି ଭୟଙ୍କର ହେବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଲେଣି । ୨୦୨୪ ହେବ ପୃଥିବୀ ଇତିହାସର ସବୁଠୁ ଉତ୍ତପ୍ତ ବର୍ଷ । ପୃଥିବୀର ପାଣିପାଗକୁ ପ୍ରଭାବିତ କରୁଥିବା ପ୍ରତୀକ୍ଷିତ ଏଲନିନୋ ସକ୍ରିୟ ହୋଇଯାଇଛି । ଯାହା ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଓସନିକ ଆଣ୍ଡ ଆଟମୋସ୍ଫେରିକ ଆଡମିନିଷ୍ଟ୍ରେସନ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଏଲନିନୋ ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଛି । ଏହା ପୃଥିବୀକୁ ଆହୁରି ଉତ୍ତପ୍ତ କରିବ । ପୃଥିବୀ ୧.୫ ସେଣ୍ଟିଗ୍ରେଡ ୱାମିଂ ମାଇଲଷ୍ଟୋନ ଅତିକ୍ରମ କରିବ । ଏଲନିନୋ ଯୋଗୁଁ ୨୦୨୪ ପୃଥିବୀର ଇତିହାସର ସବୁଠୁ ଉତ୍ତପ୍ତ ବର୍ଷ ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

ଏଲନିନୋ ପ୍ରଭାବରେ ମୌସୁମୀ ବର୍ଷାରେ ବ୍ୟାପକ ବିଭ୍ରାଟ ଘଟିବ । ଏପରିକି ଅଷ୍ଟ୍ରେଲିଆରେ ମରୁଡ଼ି ପରିସ୍ଥିତି ଉପୁଜିପାରେ । ସେହିପରି ଅନ୍ୟ ମହାଦେଶରେ ପାଣିପାଗରେ ବିରାଟ ପରିବର୍ତ୍ତନ ଘଟିବ । ଉତ୍ତର ଆମେରିକାରେ ମାତ୍ରାଧିକ ବର୍ଷା ହୋଇପାରେ । ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ପୂର୍ବରୁ ଏଲନିନୋ ଚେତାବନୀ ଜାରି କରଛି । ଜୁଲାଇ ସୁଦ୍ଧା ଏହା ସଙ୍ଘଠିତ ହୋଇପାରେ । ବୈଜ୍ଞାନିକମାନେ କହିଛନ୍ତି ଚଳିତ ବର୍ଷ ଏଲନିନୋ ପ୍ରକ୍ରିୟା ଆଗାମୀ ବସନ୍ତ ଋତୁ ପର୍ଯ୍ୟନ୍ତ ଜାରି ରହିବ । ଏ ବର୍ଷ ଶେଷ ବେଳକୁ ପିକରେ ପହଞ୍ଚିବ । ଯାହ ଫଳରେ ୨୦୨୪ରେ ବିଶ୍ୱତାପମାତ୍ରାରେ ନୂଆ ରେକର୍ଡ଼ ସୃଷ୍ଟି କରିବ । ସେପଟେ ତାତିରୁ ମିଳୁନି ନିସ୍ତାର । ସକାଳୁ ବାହାରିବା ମୁସ୍କିଲ ହୋଇପଡୁଛି । ସେପଟେ ୩ ରୁ ୪ ଦିନ ଯାଏଁ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରଭାବ ହେବାର ସମ୍ଭାବନା ରହିଛି । ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ତାପମାତ୍ରା ସାମନ୍ୟ ତଳକୁ ଖସିବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ