Masthead

ଯୋଗ୍ୟଙ୍କୁ ପୁରସ୍କାର, ପଢ଼ନ୍ତୁ କିଏ ଓ କାହିକି ଦେବେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅଛନ୍ତି ଅନେକ ଠକ ଓ ଅଳସୁଆ ସରକାରୀ କର୍ମଚାରୀ । ସେମାନଙ୍କ ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକରାଙ୍କ ଚୈତନ୍ୟ ଉଦୟ ହୋଇଛି । ବିଜେଡିର ପଞ୍ଚମ ଇନିଂସରେ ସରକାର ବାଛିବାକୁ ଯାଉଛନ୍ତି କିଏ ଦକ୍ଷ ଆଉ କିଏ ମାନ୍ଦା କର୍ମଚାରୀ ।

କରୋନା ମହାମାରୀ ଭିତରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗ୍ରୁପ- ଏ, ବି, ସି ଓ ଡି କାଟାଗୋରିର ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିଷ୍ପତ୍ତି ଅଧିକ ମୂଲ୍ୟବାନ । କରୋନା ଦେଶର ଆର୍ଥିକ ମେରୁଦଣ୍ଡ ଉପରେ ପକାଇଛି ଶକ୍ତ ପ୍ରହାର । ଓଡିଶା ମଧ୍ୟ ଏଥିରୁ ବାଦ୍ ପଡିନି । ଏଭଳି ସ୍ଥିତିରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମେ’ ମାସରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି, ଟ୍ରାନ୍ସପରେନ୍ସି, ଟାଇମ୍ ୱାର୍କ, ଟେକ୍ନୋଲୋଜି, ଟାଇମ୍ ଫ୍ରେମ ଆଧାରରେ କର୍ମଚାରୀମାନଙ୍କ ଦକ୍ଷତା ମପାଯିବ । ଯେଉଁ ଅଫିସରମାନେ (ଗୃପ-ଏ) ଯୋଗ୍ୟ ବିବେଚିତ ହେବେ ସେମାନଙ୍କ ପାଇଁ ରହିଛି ଲୋଭନୀୟ ଉପହାର, ପାଇବେ ଫରେନ୍ ଟ୍ରିପ୍ ସୁବିଧା । ଏହାର ବିକଳ୍ପ ମଧ୍ୟ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଫରେନ୍ ଟ୍ରିପ୍ ନଗଲେ ନିଜ ଇଚ୍ଛା ଅନୁସାରେ ପୋଷ୍ଟିଂ ପାଇବେ । ଖାଲି ସେତିକି ନୁହେଁ ୨ ମାସର ପାଇବେ ଅଧିକ ଦରମା । ଅର୍ଥାତ ବର୍ଷକ ପାଇଁ ୧୪ ମାସର ଦରମା ।

ଗ୍ରୁପ-ବି କାଟାଗୋରିର ଦକ୍ଷ କର୍ମଚାରୀମାନେ ମଧ୍ୟ ଗ୍ରୁପ-ଏଙ୍କ ଭଳି ସୁବିଧା ପାଇବେ । ଗ୍ରୁପ-ସି କର୍ମଚାରୀଙ୍କ ପାଇଁ ଉପହାର ଉପରେ ଉପହାର । ୨ ମାସର ମୂଳ ଦରମା ପାଇବେ । ଏହାକୁ ଗ୍ରହଣ ନକଲେ ଅତିବେଶୀରେ ୨ଟି ଛୁଆଙ୍କର ମେଡିକାଲ, ଇଞ୍ଜିନିୟିଂ କିମ୍ବା ଅନ୍ୟ ବୈଷୟିକ ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକ ଅର୍ଥ ସରକାର ଦେବେ । ଏହି ଅର୍ଥ ମେଧାବୃତ୍ତି (ସ୍କଲାରସିପ୍) ଯୋଜନା ମାଧ୍ୟମରେ ମିଳିବ ।
ଗ୍ରୁପ-ଡିର ଦକ୍ଷ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାର ହାତ ଖୋଲା କରିଦେଇଛନ୍ତି । ସେମାନଙ୍କୁ ଗ୍ରୁପ-ସି କାଟାଗୋରିକୁ ପଦନ୍ନୋତି ଦିଆଯିବ । ଖାଲି ସେତିକି ନୁହେଁ ଗ୍ରୁପ-ସିଙ୍କ ଭଳି ଏମାନେ ମଧ୍ୟ ସୁବିଧାସୁଯୋଗ ପାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ