Masthead

ଯୋଗ୍ୟଙ୍କୁ ପୁରସ୍କାର, ପଢ଼ନ୍ତୁ କିଏ ଓ କାହିକି ଦେବେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅଛନ୍ତି ଅନେକ ଠକ ଓ ଅଳସୁଆ ସରକାରୀ କର୍ମଚାରୀ । ସେମାନଙ୍କ ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକରାଙ୍କ ଚୈତନ୍ୟ ଉଦୟ ହୋଇଛି । ବିଜେଡିର ପଞ୍ଚମ ଇନିଂସରେ ସରକାର ବାଛିବାକୁ ଯାଉଛନ୍ତି କିଏ ଦକ୍ଷ ଆଉ କିଏ ମାନ୍ଦା କର୍ମଚାରୀ ।

କରୋନା ମହାମାରୀ ଭିତରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗ୍ରୁପ- ଏ, ବି, ସି ଓ ଡି କାଟାଗୋରିର ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିଷ୍ପତ୍ତି ଅଧିକ ମୂଲ୍ୟବାନ । କରୋନା ଦେଶର ଆର୍ଥିକ ମେରୁଦଣ୍ଡ ଉପରେ ପକାଇଛି ଶକ୍ତ ପ୍ରହାର । ଓଡିଶା ମଧ୍ୟ ଏଥିରୁ ବାଦ୍ ପଡିନି । ଏଭଳି ସ୍ଥିତିରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମେ’ ମାସରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି, ଟ୍ରାନ୍ସପରେନ୍ସି, ଟାଇମ୍ ୱାର୍କ, ଟେକ୍ନୋଲୋଜି, ଟାଇମ୍ ଫ୍ରେମ ଆଧାରରେ କର୍ମଚାରୀମାନଙ୍କ ଦକ୍ଷତା ମପାଯିବ । ଯେଉଁ ଅଫିସରମାନେ (ଗୃପ-ଏ) ଯୋଗ୍ୟ ବିବେଚିତ ହେବେ ସେମାନଙ୍କ ପାଇଁ ରହିଛି ଲୋଭନୀୟ ଉପହାର, ପାଇବେ ଫରେନ୍ ଟ୍ରିପ୍ ସୁବିଧା । ଏହାର ବିକଳ୍ପ ମଧ୍ୟ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଫରେନ୍ ଟ୍ରିପ୍ ନଗଲେ ନିଜ ଇଚ୍ଛା ଅନୁସାରେ ପୋଷ୍ଟିଂ ପାଇବେ । ଖାଲି ସେତିକି ନୁହେଁ ୨ ମାସର ପାଇବେ ଅଧିକ ଦରମା । ଅର୍ଥାତ ବର୍ଷକ ପାଇଁ ୧୪ ମାସର ଦରମା ।

ଗ୍ରୁପ-ବି କାଟାଗୋରିର ଦକ୍ଷ କର୍ମଚାରୀମାନେ ମଧ୍ୟ ଗ୍ରୁପ-ଏଙ୍କ ଭଳି ସୁବିଧା ପାଇବେ । ଗ୍ରୁପ-ସି କର୍ମଚାରୀଙ୍କ ପାଇଁ ଉପହାର ଉପରେ ଉପହାର । ୨ ମାସର ମୂଳ ଦରମା ପାଇବେ । ଏହାକୁ ଗ୍ରହଣ ନକଲେ ଅତିବେଶୀରେ ୨ଟି ଛୁଆଙ୍କର ମେଡିକାଲ, ଇଞ୍ଜିନିୟିଂ କିମ୍ବା ଅନ୍ୟ ବୈଷୟିକ ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକ ଅର୍ଥ ସରକାର ଦେବେ । ଏହି ଅର୍ଥ ମେଧାବୃତ୍ତି (ସ୍କଲାରସିପ୍) ଯୋଜନା ମାଧ୍ୟମରେ ମିଳିବ ।
ଗ୍ରୁପ-ଡିର ଦକ୍ଷ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାର ହାତ ଖୋଲା କରିଦେଇଛନ୍ତି । ସେମାନଙ୍କୁ ଗ୍ରୁପ-ସି କାଟାଗୋରିକୁ ପଦନ୍ନୋତି ଦିଆଯିବ । ଖାଲି ସେତିକି ନୁହେଁ ଗ୍ରୁପ-ସିଙ୍କ ଭଳି ଏମାନେ ମଧ୍ୟ ସୁବିଧାସୁଯୋଗ ପାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା